କୋରାପୁଟ ଜିଲ୍ଲାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେଉଅଛି l

କୋରାପୁଟ ଜିଲ୍ଲାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେଉଅଛି l

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ କୋରାପୁଟ ଜିଲ୍ଲାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ତା ୨୭.୦୨.୨୦୨୫ ରିଖରୁ ତା ୦୩.୦୩.୨୦୨୫ ରିଖ ପର୍ଯ୍ୟନ୍ତ ଜୟପୁର ଦଶହରା ପଡିଆରେ ଅନୁଷ୍ଠିତ ହେଉଅଛି । କୃଷି ଯନ୍ତ୍ରପାତିକୁ ସାଧାରଣ ଚାଷୀଙ୍କ ପାଖରେ ପ୍ରଚାର ଓ ପ୍ରସାର କରାଇବା ତଥା ବିଭିନ୍ନ ସରକାରୀ ଯୋଜନାରେ କିପରି ଚାଷୀମାନେ ଲାଭବାନ ହେବେ ସେହି ଉଦ୍ଧେଶ୍ୟରେ ଏହି ମେଳାର ଆୟୋଜନ ହୋଇଅଛି । ଏହି ମେଳା କୃଷି ବିଭାଗ, କୋରାପୁଟ ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ର (କୃଷି), ଜୟପୁରଙ୍କ ମିଳିତ ସ‌ହ‌ଯୋଗରେ ଆୟୋଜନ ହେଉଅଛି । ଅଦ୍ୟ ତା 27.02.2025 ରିଖରେ ଏହି ମେଳା ମାନ୍ୟବର ବିଧାୟକ, କୋରାପୁଟ, ସଭାପତି ଜିଲ୍ଲା ପରିଷଦ, କୋରାପୁଟ ଓ ଉପ ସଭାପତି ଜିଲ୍ଲା ପରିଷଦ କୋରାପୁଟଙ୍କ କର କମଳରେ ଉଦ୍-ଘାଟନ ହୋଇଥିଲା ଏବଂ ଏହି ଉଦ୍-ଘାଟନ ସମାରହୋରେ ମୁଖ୍ୟ ଉନ୍ନୟନ ଅଧୁକାରୀ, ଜିଲ୍ଲା ପରିଷଦ, କୋରାପୁଟ, ଉପ ଜିଲ୍ଲାପାଳ, ଜୟପୁର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କୋରାପୁଟ, ଜୟପୁର, ଜିଲ୍ଲା ମତ୍ସ ଅଧିକାରୀ, କୋରାପୁଟ, କାର୍ଯ୍ୟ ନିର୍ବାହୀ ଯନ୍ତ୍ର (କୃଷି), ଜୟପୁର, ଜିଲ୍ଲା କୃଷି ଅଧିକାରୀ, ଜୟପୁର ଓ ଉପ ବିଭାଗୀୟ ପଶୁ ଚିକିତ୍ସା ଅଧିକାରୀ, ଜୟପୁର ଉପସ୍ଥିତ ଥିଲେ । ଏହି ଉଦ୍-ଘାଟନ ସଭାରେ ଜିଲ୍ଲାର ୧୪ ଜଣ ଅଗ୍ରଣୀ ସଫଳ ଚାଷୀ ତଥା ମୁଖ୍ୟମନ୍ତ୍ରୀ କୃଷି ଅଭିନବ ଯନ୍ତ୍ରପାତି ଯୋଜନାରେ ୨୦୨୩ -୨୪ ପାଇଁ ମନୋନୀତ ହୋଇଥିବା ଚାଷୀଙ୍କୁ ସମ୍ଭର୍ଷିତ କରାଯାଇଥିଲା । ଏହି ମେଳାରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାର ବିଭିନ୍ନ ଚାଷୀ ଅଂଶ ଗ୍ରହଣ କରିଛନ୍ତି । ଏଠାରେ ଚାଷୀ ମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଅଛି, ଯେଉଁଥରେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପ୍ରଶିକ୍ଷକଙ୍କ ଦ୍ଵାରା କୃଷି ଏବଂ ଆନୁଷଙ୍ଗିକ କୃଷି ପ୍ରସଙ୍ଗରେ ଶତାକ ଚାଷୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଅଛି । ଏହି ମେଳାରେ ଚାଷୀ ମାନେ ବିଭିନ୍ନ ଷ୍ଟଲ ପରିଦର୍ଶନ କରି ନିଜର ମନ ମୁତାବକ କୃଷି ଯନ୍ତ୍ରପାତି ରିହାତି ଦରରେ କ୍ରୟ କରିବା ପାଇଁ ସୁଯୋଗ ରହିଅଛି । ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ଓ ଓଲିଉଡ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ କୁଳଦୀପ ପଟ୍ଟନାୟକଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *