ଦେଓମାଳି ଶିଖରରେ ବୃକ୍ଷରୋପଣ କଲେ ରାଜାମୌଲି l

ଦେଓମାଳି ଶିଖରରେ ବୃକ୍ଷରୋପଣ କଲେ ରାଜାମୌଲି l


କୋରାପୁଟ/ ସେମିଳିଗୁଡା,:କଟେଜରେ ୧୫ ଦିନ ଧରି ସୁଟିଂ ପାଇଁ ପାଇଁ ରହିଥ‌ିବା ସାଉଥ ଫିଲ୍ମ ଅଭିନେତା ମ ମହେଶ ବାବୁ, ନିର୍ଦ୍ଦେଶକ ଏସଏସ ରଜାମୌଲିଙ୍କୁ ଏକ ସ୍ମୃତି ଉଦ୍ଦେଶ୍ୟରେ ଦେଓମାଳିର ପର୍ବତ ଶିଖରରେ ବୃକ୍ଷରୋପଣ ପାଇଁ ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା କରି ଶ୍ରୀ ରାଜାମୌଲି ଓ ଅଭିନେତା ମହେଶ ବାବୁଙ୍କ ସମେତ ଅନ୍ୟ ସଦସ୍ୟମାନେ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିଥିଲେ I ବୃକ୍ଷରୋପଣ ପାଇଁ ନିମନ୍ତ୍ରଣ କରିଥିବାରୁ ଖୁସିବ୍ୟକ୍ତ କରିବା କରିବା ସହ ସୁଟିଂରେ ସହଯୋଗ ପାଇଁ ବନ ବିଭାଗର ଅଧିକାରୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ।
ଏସଏସଏମବି-୨୯ ଫିଲ୍ମର । ସୁଟିଂ ସାରି ହାଇଦ୍ରାବାଦ ଫେରିବା ପୂର୍ବରୁ କୋରାପୁଟ ଜିଲ୍ଲା ବନଖଣ୍ଡ ପକ୍ଷରୁ ଦେଓମାଳି ଶିଖରରେ ଆୟୋଜିତ ଗୋଟିଏ ବୃକ୍ଷ ମାତାଙ୍କର ନାମରେ’ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଏସଏସ ରାଜାମୌଲି, ଅଭିନେତା ମହେଶ ବାବୁ | ସେମିଳିଗୁଡ଼ ରେଞ୍ଜର ତିରୁପତି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବନ ଅଧିକାରୀ କେ.ଭି ଭାସ୍କର ରାଓ ଯୋଗଦେଇଥିଲେ |

Leave a Reply

Your email address will not be published. Required fields are marked *