ସାରସ୍ୱତ ବାଲ ମନ୍ଦିରର ବାର୍ଷିକ ଉତ୍ସବ।

Spread the love

ସାରସ୍ୱତ ବାଲ ମନ୍ଦିରର ବାର୍ଷିକ ଉତ୍ସବ।


ଜୟପୁର ; ଚଳିତ ମାସ ତା ୨୨-୦୩-୨୫ ରିଖ ଶନିବାର ସନ୍ଧ୍ୟାରେ ସାରସ୍ୱତ ବାଲ ମନ୍ଦିରର ବାର୍ଷିକ ଉତ୍ସବ ଜୟନଗରସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ମହା-ଆଡମ୍ବରରେ ପାଳିତ ହୋଇ ସାରିଛି। ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ନାୟକ ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ସମୟରେ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଓଁମ ପ୍ରକାଶ ମିଶ୍ର (ପ୍ରଧାନ ଶିକ୍ଷକ, ଧନପୁର ଉଚ୍ଚ ବିଦ୍ୟାଳୟ), ସମ୍ମାନୀତ ଅତିଥି ଭାବରେ ଜୟପୁର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାସ, ସିଆରସିସି ଶ୍ରୀମତୀ ସଂଯୁକ୍ତା ରାଉତ , ଅବସର ପ୍ରାପ୍ତ ଉଡଘୋଷକ ଶ୍ରୀଯୁକ୍ତ ଉଦୟ ଶଙ୍କର ଜାନି ଏବଂ ଜୟପୁର ସାହିତ୍ୟ ପରିଷଦର ସଭାପତି ଶ୍ରୀଯୁକ୍ତ ହରିହର କରସୁଧା ପଟ୍ଟନାୟକ, ଅନୁଷ୍ଠାନର ଉପ ସଭାପତି ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ମହାନ୍ତି, ସହ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ମହାପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ପାଣିଗ୍ରାହି ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ସହ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଗତିଶୀଳ ହୋଇଥିଲା। ମୁଖ୍ୟ ଅତିଥୀଙ୍କର ଉପସ୍ଥିତି ଏବଂ ମୁଖ୍ୟ ବକ୍ତାଙ୍କର ଅଭିଭାଷଣ ସମସ୍ତ ଅଭିଭାବକଙ୍କୁ ମୁଗ୍ଧ କରିଥିଲା। ଅତିଥିମାନଙ୍କ ଦ୍ବାରା ବାର୍ଷିକ କ୍ରୀଡା ପ୍ରତିଯୋଗିତା, କୌତୁକବେଶ ପ୍ରତିଯୋଗିତା ଏବଂ ଭିନ୍ନ ଭିନ୍ନ ବିଭାଗର ସର୍ବଶ୍ରେଷ୍ଠ ପୁରସ୍କାର ବିତରଣ ପରେ ପରେ ଦ୍ଵିତୀୟ ଅଧିବେଶନରେ ପିଲାମାନଙ୍କଦ୍ୱାରା ଶାରୀରିକ ଅଙ୍ଗଭଙ୍ଗୀ ପ୍ରଦର୍ଶନୀ ସହ ଯୋଗାନୃତ୍ୟ, ୧୨ଟି ନୃତ୍ୟ, ସଙ୍ଗୀତ ପରିବେଷଣ(୨ଟି), କବିତା ଆବୃତ୍ତି(୩ଟି) ସହିତ ତିନୋଟି ଅଣୁ ନାଟିକା ପରିବେଷଣ କରାଯାଇଥିଲା, ଯାହାକୁ ସୁନ୍ଦର ଭାବରେ କୁନି କୁନି ପିଲାମାନେ ଉତ୍କୃଷ୍ଟ ସଂଯୋଜନାରେ ସଂଯୋଜିତ କରିଥିଲେ। ଶେଷରେ ଶିକ୍ଷୟିତ୍ରୀମାନେ ଭିନ୍ନ ଭିନ୍ନ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ବେଶ ପୋଷାକରେ ନିଜକୁ ପ୍ରଦର୍ଶନ କରାଇଥିଲେ। କୁନି କୁନି ଛାତ୍ରଛାତ୍ରୀମାନଙ୍କର କୃତିତ୍ୱ, ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଉଦ୍ୟମ ଏବଂ ଅନୁଷ୍ଠାନର ଶୃଙ୍ଖଳିତ ସହଯୋଗ ପାଞ୍ଚଶହରୁ ଉର୍ଦ୍ଧ୍ବ ଦର୍ଶକଙ୍କର କରତାଳିରେ ଖୁବ ପ୍ରଶଂସିତ ହୋଇଥିଲା। ପରିଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ରିତାଲି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *