ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍।

Spread the love

ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍।ଜୟପୁର :ଜୟପୁର ସହରରେ ଚୋରି । ଡକାୟତି ଲୁଟ୍ ପାତ ଘଟଣା ଥମିବାର ନାଁ ର ନାଁ ନେଉନି 3 ଏପରି ଘଟଣା ସହର ମଧ୍ୟରେ ଆଖପାଖ ଅଞ୍ଚଳରେ ନିତିଦିନିଆ ଘଟଣା ଭଳି ଲାଗୁଛି I ପ୍ରତ୍ୟେକ ଦିନ ସହରରେ କେଉଁଠି ନା କେଉଁଠି ଚୋରି ଡକାୟତି ଭଳି ଘଟଣା ଘଟିବାରେ ଲାଗିଛି। ଜୟପୁର ପୋଲିସ ଏପରି ଘଟଣାରେ ଦୁର୍ବୁତ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ସରକାରଙ୍କ ଆଇନ କାନୁନ୍ ବ୍ୟବସ୍ଥା କୋଠାର ନଥୁବା କାରଣରୁ ଦୁର୍ବୁତ୍ତ ମାନେ ଜେଲ୍ ଯାଇ ବେଲ୍‌ ରେ ଆସି ପୁଣି ଅପରାକ ମାମଲରେ ଲିପ୍ତ ରହୁଛନ୍ତି । ମଙ୍ଗଳବାର ଦିନ ଜଣେ ମହିଳା ଭୋରୁ ସକାଳ ସମୟରେ ମୋଣିର କ୍ ପାଇଁ ଜୟପୁର ଉପର କୋଲାବ ସତିଗୁଡା ଡ୍ୟାମକୁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ମହିଳାଙ୍କ ବେକରୁ ଦୁଇ ତୋଳାର ସୁନା ହାର ଓ ମଙ୍ଗଳସୂତ୍ର ଝାମ୍ପି ନେଇଛନ୍ତି I ଘଟଣା ଘଟିବା ପରେ ମହିଳା ଜଣକ ପାଟି କରିବାରୁ ସ୍ଥାନୀୟ ଲୋକେ ଆସି ପୋଲିସକୁ ଫୋନ କରିଥିଲେ । ଘଟଣା ସ୍ଥଳରେ ଜୟପୂର ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭକରିଛି। ଜୟପୁର ସହରରେ ଏପରି
ଘଟଣା ବାରମ୍ବାର ଘଟୁଥିବାରୁ ଲୋକେ ବର୍ତ୍ତମାନ ଭୟବିତ ହୋଇ ପଡିଛନ୍ତି I କେଉଁଠାକୁ ଯାତ୍ରା କରୁଥିବା ବେଳେ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି I ଏପରି ଅପରାଧୀକ ମାମଲାକୁ ରୋକିବା ପାଇଁ କୋରାପୁଟ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜୟପୂର ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସର୍ବ ସାଧାରଣରେ ଦାବି ହୋଇଛି I

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *