ଦେଓମାଳିରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ।

ଦେଓମାଳିରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ।

କୋରାପୁଟ/ପଟାଙ୍ଗି : ରାଜ୍ୟର ଉଚ୍ଚତମ ଶୃଙ୍ଗି ତଥା ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦେଓମାଳୀକୁ ସ୍ୱଚ୍ଛ ରଖୁବା ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ଆଜି ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ହୋଇ ଥିଲାI ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ ଙ୍କ ତତ୍ତ୍ଵାବଧାନରେ ବ୍ଲକ୍ ଅଧ୍ଯକ୍ଷା କଳ୍ପନା ପାଙ୍ଗି, ସମିତି ସଭ୍ଯା ଅମ୍ବିକା ପାଙ୍ଗି,ସହାୟକ ଯନ୍ତ୍ରୀ ବିଶ୍ଵ ନାଥ ମାଦାଲି, ଏପିଓ ସୌମେନ୍ଦ୍ର ନାୟକ, ପଞ୍ଚାୟତ ନିର୍ବାହୀ ଅଧ୍କାରୀ କଣ୍ଡା ଗୋଲରୀଙ୍କ ସମେତ ବ୍ଳକର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲୋ କାର୍ଯ୍ୟକ୍ର ମରେ ଉପର ବାରାବନ୍ଧ ଗ୍ରାମ ପୁଞ୍ଜର ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ଯ ସାମିଲ ହୋଇ ସଫା କରିଥିଲୋ ଦେଓମାଳି ପର୍ବତର ବିସ୍ତୀର୍ଣ୍ଣ ପରିବ୍ୟାପ୍ତ ଅଞ୍ଚଳ ଳରେ ପର୍ଯ୍ୟଟକମାନେ ପକାଇ ଥିବା ବୀରବତଲ୍, ଜରି, କାଗଜ ଏବଂ ଖାଲି ପ୍ଲାଷ୍ଟିକ ବୋତଲ ସହ ଅଳିଆ ଆବର୍ଜନାକୁ ବୁଲି ବୁଲି ସଫା କରି ଥିଲୋ ଦେଓମାଳିକୁ ସ୍ୱଚ୍ଛ ଏବଂ ସବୁଜ ରଖ୍ ପର୍ଯ୍ୟଟନ ସ୍ଥଳୀର ପରିବେଶକୁ ସମୃଦ୍ଧ କରିବା ପାଇଁ ଏହା ବ୍ଲକ୍ ପ୍ରଶାସନର ଅଭିନବ ପ୍ରୟାସ ବୋଲି ଗୋଷ୍ଠୀ ଉନ୍ନୟନ ଅଧ୍ ଅଧୂକାରୀ ଶ୍ରୀ ନାୟକ କହିଛନ୍ତି ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି ପାଇଁ ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ସେମାନଙ୍କ ବର୍ଜ୍ୟବସ୍ତୁକୁ ପର୍ଯ୍ୟଟନ ର୍ଯ୍ୟଟନସ୍ଥଳୀରେ ନ ପକାଇବା ପାଇଁ 1 ନାୟକ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *