ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟନ ଧ୍ଯମ ଖବରକାଗଜ ସଂଘର ୪୦ ତମ ସ୍ଥାପନା ଦିବସ।

Spread the love

ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟନ ଧ୍ଯମ ଖବରକାଗଜ ସଂଘର ୪୦ ତମ ସ୍ଥାପନା ଦିବସ।

ନୂଆ ଦିଲ୍ଲୀ: ଖବର କାଗଜ ଗୁଡିକ ବିଭିନ ସମସ୍ୟାର ଶିକାର ହୋଇଆସୁ ଛନ୍ତି।ସେମାନଙ୍କୁ ସରକାରୀ ବିଜ୍ଞାପନ ମିଳୁନାହିଁ । ସେମାନଙ୍କ ଉପରେ କଟକଣା ଲାଗୁ କରଯାଉଛି । ଏହାଫଳରେ ସେମାନଙ୍କ ଅସ୍ଥିତ୍ବ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟମ ଖବରକାଗଜ ସଂଘର ୪୦ ତମ ସ୍ଥାପନା ଦିବସ ଅବସରରେ ଏହାର ମାଲିକମାନେ ଘୋର ଚିନ୍ତା ବ୍ୟକ୍ତ କରିଛନ୍ତି I

ସମସ୍ତେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି । ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟମ ଖବରକାଗଜ ସଂଘର ଜାତୀୟ ସଭାପତି ପବିତ୍ର ମୋହନ ସମନ୍ତରାୟ
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ହୋସ ଖସ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସାମ୍ବାଦିକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ ଯେ ଆକବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଭାରତ ସରାକରଙ୍କ ପୂର୍ବତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ, ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟମ ଖବରକାଗଜ ସଂଘର ଜାତୀୟ ସମ୍ପାଦକ ବି ଏସ୍ ଦେଶପାଣ୍ଡେ , ସଂସ୍ଥାପକ ସଦସ୍ୟ ଶିବ ପ୍ରକାଶ ଏବଂ କେ ସଞ୍ଜିବ ଏବଂ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ସ୍ନେହାଶିଷ ମୁଖର୍ଜୀ, ପୂର୍ବତନ ମନ୍ତ୍ରୀ ମୁକୁଳ ଉପାଧ୍ୟାୟ, ଧର୍ମିକ ବୈଷ୍ଠୀଦେବୀ ଟ୍ରଷ୍ଟର ସଦସ୍ୟା ଚାନ୍ଦିନୀ, ଚିଲ୍ଲା ସଭାପତି ବୀରେନ୍ଦ୍ର ସାଇନି ଏବଂ ଜାତୀୟ ସଂଯୋଜକ ମହତାବ ଖାନ୍ ଚାନ୍ଦ ଏଥୁରେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମର ଆରମ୍ଭରେ ପହଲଗାମ୍ ଆତଙ୍କାବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ନିରବ ପ୍ରାର୍ଥୀ ରଖାଯାଇଥିଲା। ସନ୍ଧ୍ୟାରେ ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟମ ଖବରକାଗଜ ସଂଘ ସେମାନଙ୍କ ଛବି ନେଇ ଏକ ମହମ ମହମବତି ଶୋଭାଯାତ୍ରା କରିଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *