ରେଳ ଧାରଣାରୁ ଖସିଲା ମାଲଗାଡ଼ି: ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ

Spread the love



କୋରାପୁଟ: ଆନ୍ଧ୍ରର ଆରୁକୁ- କୋତୱାଲାସା ମଧ୍ୟରେ ଥିବା  ଚିମିଡିପାଲି ଷ୍ଟେସନ ନିକଟରେ ଏକ ରେଳ ଦୁର୍ଘଟଣା ଘଟିଛି । ଏକ ମାଲଗାଡ଼ି  ଲାଇନଚ୍ୟୁତ ହୋଇଯାଇଛି। ପ୍ରାୟ  ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ଚିମିଡିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି ।


ଦୁର୍ଘଟଣା ଯୋଗୁ କୋଟବାଲସା-କୋରାପୁଟ ରେଳପଥ ଚଳାଚଳକୁ ବନ୍ଦ ରଖାଯାଇଛି। ଯାହା ଫଳରେ କିରାଣ୍ଡୁଲ ରୁ ବିଶାଖାପାଟନା ଯାଉଥିବା ପାସେଞ୍ଜେର ଟ୍ରେନର ଗତି ପଥ ବଦଳାଇ ଟ୍ରେନ କୋରାପୁଟ, ରାୟଗଡା ଓ ବିଜୟନଗରମ ଦେଇ ବିଶାଖାପାଟନା ଅଭିମୁଖେ ବଦଳାଯାଇଛି। 
ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର କିରଣ୍ଡୁଲୁରୁ  ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଏହି ଡବଲ ଇଞ୍ଜିନ ମାଲଗାଡ଼ି ଯାତ୍ରା କରୁଥିଲା। କେଓକେଜି  ନାମକ ଏହି ମାଲଗାଡ଼ିରେ ୫୯ଟିରୁ ଉର୍ଦ୍ଧ୍ବ ବଗି ଲାଗିଥିଲା।
ଅପରାହ୍ନ ଗୋଟାଏ ବେଳେ ମାଲଗାଡ଼ିର ବଗି ଗୁଡିକ ଲାଇନଚ୍ୟୁତ ହେବା ଫଳରେ ସୁଡ଼ଙ୍ଗ ମଧ୍ୟରେ ପ୍ରାୟ ଅଧା ବଗି ଅଟକି ରହିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ପଥ ଦେଇ ପ୍ରାୟ ୨ଦିନ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିବାର ଆଶଙ୍କା ରହିଛି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *