ଏକ କୋଟି ଘୋଷିତ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ନିପାତ

Spread the love

୧ କୋଟି ଘୋଷିତ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ନିପାତ


ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଏକ ବଡ ଏନକାଉଣ୍ଟର ହୋଇଛି। ଲାଲବାହିନୀକୁ ଶକ୍ତ ଧକ୍କା ମିଳିଛି। ଆଜି ସକାଳେ ହୋଇଥିବା ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ (ସିପିଆଇ-ମାଓବାଦୀ) ନିରସିଂହାଚଲମ ଓରଫ ଗୌତମ ଓରଫ ସୁଧାକର ଓରଫ ବାଲକ୍ରିଷ୍ଣା ଓରଫ ରାମା ରାଜୁ ଓରଫ ଆର.ଆର ଓରଫ ଅରବିନ୍ଦ ଓରଫ ସୋମନ୍ନାର ମୃତ୍ୟୁ ଘଟିଛି। ସୁଧାକର ଉପରେ ଏକ କୋଟି ଟଙ୍କାର ପୁରସ୍କାର ରହିଥିଲା।
ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଡିଆରଜି ଏବଂ ଏସଟିଏଫ ଯବାନ ଜାତୀୟ ଉଦ୍ୟାନରେ ପଶିଥିଲେ। ସର୍ଚ୍ଚ ଅପରେସନ ବେଳେ ଆଜି ସକାଳେ ଜଂଗଲରେ ନକ୍ସଲ ସହ ମୁହାଁମୁହିଁ ହୋଇଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ବହୁ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ସୂଚନା ପ୍ରଦାନ କରୁନାହିଁ। କେବଳ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।
ବିଜାପୁର ଜାତୀୟ ଉଦ୍ୟାନରେ ଆଜି ଡିଆରଜି ଏବଂ ଏସଟିଏଫ ଦ୍ୱାରା ଏକ ମିଳିତ ଅପରେସନ କରାଯାଇଥିଲା। ଏହି ଅପରେସନରେ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ନକ୍ସଲ ସୁଧାକର ନିହତ ହୋଇଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ପୁଲିସ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଏବେ ବି ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଅଧିକାରୀମାନେ କହିଛନ୍ତି ଯେ ଏକ ବଡ଼ କ୍ୟାଡର ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ସୁରକ୍ଷା ବାହିନୀର ଏକ ମିଳିତ ଦଳକୁ ନକ୍ସଲ ବିରୋଧୀ ଅପରେସନରେ ପଠାଯାଇଥିଲା।
ସୁଧାକର ଚାରି ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମହାରାଷ୍ଟ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ। ଗତ ମେ ୨୧ ତାରିଖରେ କେନ୍ଦ୍ରୀୟ କମିଟି ସଦସ୍ୟ ବାସବରାଜୁର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା। ୧୫ ଦିନ ଭିତରେ ଆଉ ଜଣେ ମାଓ କେନ୍ଦ୍ରୀୟ କମିଟିର ସଦସ୍ୟର ମୃତ୍ୟୁ ସଂଗଠନକୁ ଶକ୍ତ ଧକ୍କା ଦେଇଛି। ଯବାନ ଫେରିବା ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ପୁଲିସ କହିଛି। ସୁଧାକରର ଘର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ପ୍ରଗାଦାଵରମ ଗ୍ରାମ ନିବାସୀ। ସୁଧାକରର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମ ରହିଥିବା ବେଳେ ମୁଖ୍ୟତଃ ସେ ସୁଧାକର ନାମରେ ପରିଚିତ ଥିଲା। ସୁଧାକରକୁ ବର୍ତ୍ତମାନ ୬୨ ବର୍ଷ ହୋଇଥିବା ବେଳେ ସେ ବିଜୟଵାଡା ଠାରେ ଆୟୁର୍ବେଦିକ ଶିକ୍ଷା ଲାଭ କରିଛନ୍ତି। ସୁଧାକର ବର୍ତ୍ତମାନ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଥିଲା।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *