ଜୟପୁର ରେ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଅଛି।

Spread the love

ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ

କୋରାପୁଟ-ଜୟପୁର ଆନୁକୁଲ୍ୟରେ ତଥା ଜିଲ୍ଲା ଜର୍ଜ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ବାମୁନିପୁଟ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ  ମୁଖ୍ୟ ବିଚାର ବିଭାଗ ଦଣ୍ଡଧିକାରି ଶ୍ରୀମତୀ S.  ଶୁଭଲକ୍ଷ୍ମୀ, ବରିଷ୍ଟ ଦେୱାନି ବିଚାରପତି(ମହିଳା କୋର୍ଟ)  ତଥା  ଭାରପ୍ରାପ୍ତ ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଶ୍ରୀମାତୀ ଅଳକାନନ୍ଦା ମହାନ୍ତି, ପ୍ରଥମଶ୍ରେଣୀ  ବିଚାର ବିଭାଗ ଦଣ୍ଡଧିକାରି ହରମୋହନ ଦାସ, ଦ୍ଵିତୀୟଶ୍ରେଣୀ  ବିଚାର ବିଭାଗ ଦଣ୍ଡଧିକାରି କୁମାରୀ ପ୍ରଜ୍ଞା ସୁମନ ମହାପାତ୍ର, CWC ଅଧକ୍ଷ ଗାୟତ୍ରୀ ପାତ୍ର, ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ, ଜୟପୁର ସଦର ଥାନା ସବ୍ ଇନ୍ସପେକ୍ଟର ଶ୍ରୀ ଅମିୟ ରଞ୍ଜନ ଶଗରିଆ, ଆଇନସେବା ପ୍ରତିପକ୍ଷ ଅଧିବକ୍ତା  ଶ୍ରୀ ଦିବାକର ରାଓ ଓ ଶ୍ରୀ ହରିଶ ଚନ୍ଦ୍ର ମୁଦୁଲି, ସହକାରୀ ଓକିଲ ଗାୟତ୍ରୀ ଦେବୀ ଓ ପ୍ୟାନେଲ ଓକିଲ ଶ୍ରୀ ଦିବାକର ଗୌଡ଼ ଓ P. ସନ୍ନ୍ୟାସୀ ରାଓ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଥିବା  ସମସ୍ତ ବିଚାର ବିଭାଗୀୟ ଦଣ୍ଡାଧିକାରି ଓ ଅନ୍ୟ ଅଧିବକ୍ତା ଗଣ ଶିଶୁ ଶ୍ରମିକ ନିରୋଧ ଆଇନ, ଶିଶୁ ଶ୍ରମିକ ନିୟୋଜନ ଦ୍ଵାରା ଉପୁଜୁଥିବା ବିଭିନ୍ନ ଅସୁବିଧା ବିଷୟରେ ବୁଝାଇବା ସହ ଶିଶୁ ମାନଙ୍କ ଅଧିକାର ସୁରକ୍ଷିତ ରଖି ସେମାନଙ୍କୁ ଚିହ୍ନଟ କରି ଏକ ସୁନାଗରିକ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଆଇନସେବା ପ୍ରାଧିକରଣଙ୍କ ଦ୍ଵାରା ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ଓ ମାଗଣା ଟୋଲ ଫ୍ରି ନମ୍ବର ୧୫୧୦୦ ର ଉପଯୋଗ ମାଧ୍ୟମରେ ନିଜର ସମସ୍ୟା ଗୁଡ଼ିକର ସମାଧାନ ହୋଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *