ଜଗନ୍ନାଥ ସାଗର ପାର୍କ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।

Spread the love

କୋରାପୁଟ , ଜୟପୁର : ଆନ୍ତର୍ଜାତୀୟ ଯୋଗ ଦିବସ  ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୁଲ୍ୟରେ ତଥା ଜିଲ୍ଲା ଜର୍ଜ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ଵାବଧାନରେ  ସ୍ଥାନୀୟ ଜିଲ୍ଲା କୋର୍ଟ ଜୟପୁର ପରିସରରେ ଏବଂ ବାଳାଆଶ୍ରମ ପାରାବେ଼ଡା, ଜୟପୁର, ସ୍ପେସିଆଲ କାରାଗାର, ଜୟପୁର ତା ସହିତ ମୁନିସିପାଲଟି ଜୟପୁର ମିଳିତ ଆନୁକୂଲ୍ୟରେ ଜଗନ୍ନାଥ ସାଗର ପାର୍କ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। 

ଜିଲ୍ଲା କୋର୍ଟ ପରିସରେ ଅନୁଷ୍ଠିତ ହୋଇଥିବା ଯୋଗ ଦିବସରେ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରଧିକରଣର ଶ୍ରୀ ପ୍ରଦୀପ କୁମାର ମହନ୍ତ,  ପରିବାର ଅଦାଲତ ବିଚାରପତି ଶ୍ରୀ ନିଶିଥ ନିଶାଙ୍କ, ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ପେସିଆଲ କୋର୍ଟ ପୋକ୍ସ ଜଜ୍ ଡଃ  ସଂଘମିତ୍ରା ଦାସ, ମୁଖ୍ୟ ବିଚାର ବିଭାଗ ଦଣ୍ଡଧିକାରି ଶ୍ରୀମତୀ S.  ଶୁଭଲକ୍ଷ୍ମୀ, ବରିଷ୍ଟ ଦେୱାନି ବିଚାରପତି(ମହିଳା କୋର୍ଟ) ଶ୍ରୀମାତୀ ଅଳକାନନ୍ଦା ମହାନ୍ତି, ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ, ଶ୍ରୀମତୀ ପ୍ରଦ୍ୟାମୟୀ ସୁଜତା, ବରିଷ୍ଟ ଦେୱନୀ ବିଚାରପତି ଶ୍ରୀ ସ୍ବୟଂପ୍ରକାଶ ଦାସ, ଏସ.ଡି.ଜେମ୍  ଶ୍ରୀ ସନ୍ତୋଷ ବାରିକ  ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡଧିକାରି ହରମୋହନ ଦାସ, ଦ୍ଵିତୀୟଶ୍ରେଣୀ  ବିଚାର ବିଭାଗ ଦଣ୍ଡଧିକାରି କୁମାରୀ ପ୍ରଜ୍ଞା ସୁମନ ମହାପାତ୍ର, ଦୀକ୍ଷା ରାଉତରାଏ ଯୋଗ ଦେଇଥିଲେ। ତା ସହିତ ଜିଲ୍ଲା କୋର୍ଟ କର୍ମଚାରୀ, ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ, ପାନେଲ ଆଇନଜୀବି, ପାରାଲିଗାଲ ସ୍ବାଚ୍ଛାସେବୀ ଏହି ଆନ୍ତର୍ଜାତୀୟ ଯୋଗ ଶିବିରରେ ଯୋଗଦେଇଥିଲେ।

ଏହା ବ୍ୟତିତ ବାଳାଆଶ୍ରମରେ ଏବଂ ସ୍ପେସିଆଲ କାରଗାର ଜୟପୁର  ଅନୁଷ୍ଠିତ ଯୋଗଶିବରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଏସ.ସୁଜତା  ଆନୁଷ୍ଠାନିକ ଭାବରେ ଯୋଗଦେଇ ଯୋଗରେ ଅଂଶଗ୍ରହଣ କାରି ମାନଙ୍କୁ  ଏବଂ କର୍ମକର୍ତ୍ତା  ଆନ୍ତର୍ଜାତୀୟ ଯୋଗ ଉଦ୍ଦେଶ୍ୟରେ  କହିଥିଲେ ଯେ ଯୋଗ ହେଉଛି ପ୍ରାଚୀନ ଭାରତର ଏକ ଆଧ୍ୟାତ୍ମିକ ଶୃଙ୍ଖଳା ଯାହା ମନ, ଶରୀର ଏବଂ ଆତ୍ମାକୁ ଏକତ୍ର କରିବା, ଶାରୀରିକ ଆସନ, ଶ୍ୱାସକ୍ରିୟା କୌଶଳ ଏବଂ ଧ୍ୟାନ ମାଧ୍ୟମରେ ସମନ୍ୱୟକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଏ। “ଯୋଗ” ଶବ୍ଦଟି ସଂସ୍କୃତ ଶବ୍ଦ “ୟୁଜ” ରୁ ଆସିଛି, ଏହାର ଅର୍ଥ “ଯୋଗ ହେବା” କିମ୍ବା “ଏକତ୍ର ହେବା”। ମୂଳତଃ, ଏହା ସୁସ୍ଥତା ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ, ଯାହା ଶାରୀରିକ ସୁସ୍ଥତା, ମାନସିକ ସ୍ପଷ୍ଟତା ଏବଂ ଆଧ୍ୟାତ୍ମିକ ବିକାଶକୁ ଅନ୍ତର୍ଭୁକ୍ତ କରେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *