ଭାରତୀୟ ମଜଦୁର ସଂଘ ର ଜିଲା ବୈଠକ

Spread the love

ଭାରତୀୟ ମଜଦୁର ସଂଘ ର ଜିଲା ବୈଠକ

ନବରଙ୍ଗପୁର :ନବରଙ୍ଗପୁର ସହର ନିକଟସ୍ଥ ନୀଳକଣ୍ଠଗୁଡା ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୁର ସଂଘ ର ଏକ ଜିଲା ସ୍ତରୀୟ ବୈଠକ  ଜିଲା ସଭାପତି ବାଙ୍କାବିହାରୀ ବିଷୋୟୀ ଙ୍କ ଅଧ୍ୟକ୍ଷତା ରେ  ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ରାଜ୍ୟ ଉପସଭାପତି  ଯୋଗେଶ୍ୱର ଦାସ, ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ଜିଲା ଉପଦେଷ୍ଠା ପରମେଶ୍ୱର ବିଷୋୟୀ, ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସୋସିଏସନ ସଂଘ ର ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡ଼ଙ୍ଗୀ,ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ଜିଲା ସଭାନେତ୍ରୀ କବିତା ସ୍ୱାଇଁ, ମଙ୍ଗଳମଟିମ୍ବର କର୍ମଚରୀ ସଂଘ ସମ୍ପାଦକ ସଞ୍ଜୟ କୁମାର ପୋଥାଳ, ବିଶ୍ୱ କର୍ମା ସଂଘ ଜିଲା ସମ୍ପାଦକ ଖଗେଶ୍ୱର ବିଷୋୟୀ,କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘର ଜିଲା ସମ୍ପାଦକ ରାମ ବିଷୋୟୀ,  ଅଙ୍ଗନବାଡି ସଂଘ ଜିଲା ସମ୍ପାଦିକା ସନ୍ଦ୍ୟାରାଣୀ ବିଶ୍ୱାସ କୋଷା ଧ୍ୟକ୍ଷା ମମତା ବ୍ରହ୍ନା ଯୋଗ ଦେଇଥିଲେ l ଏଥିରେ ଆଗାମୀ ଦିନରେ  ରାଷ୍ଟ୍ରୀୟ ଅଧିବେଶନ  ପୁରୀ ଠାରେ ଫେବୃଆରୀ ୭ ଓ ୮ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଓ ଭାରତୀୟ ମଜଦୁର ସଂଘ ର ସତୁରି ବର୍ଷ ପୂର୍ତ୍ତୀ ଅବସରରେ କି ଭଳି ସାହାଯ୍ୟ ସହଯୋଗ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଆଗାମୀ ଦିନରେ ନବରଙ୍ଗପୁର ଜିଲା ରେ ଭାରତୀୟ ମଜଦୁର ସଂଘ କୁ ବ୍ଲକ,ପଞ୍ଚାୟତ ସ୍ତର କୁ ନେଇ କିଭଳି ସଂଗଠନ କୁ ବିସ୍ତାର ଓ ମଜଭୂତ କରାଯିବ ତାପାଇଁ ପ୍ରସ୍ତୁତି କରାଯାଇଥିଲା । ବିଭିନ୍ନ ସଂଗଠନ ର ସମସ୍ୟା ଦାବି ଗୁଡିକକୁ  ବ୍ଲକ,ଜିଲା ଓ ରାଜ୍ୟସ୍ତରରେ ଆଲୋଚନା କରାଯାଇ ତାହାର ସମାଧାନ କରାଯିବା ପାଇଁ ନିଷ୍ପତ୍ତୀ ନିଆଯାଇଥିଲା ।  ଏଥିରେ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସିସିଏସନ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ, ଓଡିଶା ପାଚିକା ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ,ମଙ୍ଗଳମ ଟିମ୍ବର କର୍ମଚାରୀ ସଂଘ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ଶେଷରେ ଭାରତୀୟ ମଜଦୁର ସଂଘ ଜିଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୟୀ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *