ଚଚରାଗୁଡା ପଞ୍ଚାୟତ ରେ ବିକାଶ ବାହନ ଯାତ୍ରା

Spread the love

ଚଚରାଗୁଡା ପଞ୍ଚାୟତ ରେ ବିକାଶ ବାହନ ଯାତ୍ରା    

           

ନବରଙ୍ଗପୁର; ଓଡିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିକାଶ ବାହନ ଯାତ୍ରା  ଶନିବାର  ଚଚରାଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ   ଅନୁଷ୍ଠିତ ହୋଇଯାଇଛି ।

ଆଜିର କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଵୀଣା ମାଝୀ, ବିଡିଓ ଶରତ ମାଝୀ, ସରପଞ୍ଚ ରଞ୍ଜୁ ଭତ୍ରା, ନାଏବ ସରପଞ୍ଚ ଯୁଧିଷ୍ଠିର ତନ୍ତୀ, ଭାଜପା ର ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ନରେଶ ସିଂ, ନରୁ ସିଂ,  ଜି.ସତ୍ୟା ରାଓ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ,  ଯୋଗାଣ ନିରିକ୍ଷକ ସିପ୍ରା ସାମଲ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ  ଯତୀନ ପାଣିଗ୍ରାହୀ, ବିପିସି ଆରଏଚ ଯୋଗେନ୍ଦ୍ର ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ନରେଶ ଜାଲ ସମେତ ବିଭିନ୍ନ ବିଭାଗୀୟ ଅଧକାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଗ୍ରାମର ଭଦ୍ର ବ୍ୟକ୍ତି ଓ ଜନପ୍ରତିନିଧି ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଏଥିରେ ସରକାର ଙ୍କ ବିଭିନ୍ନ ବିଭାଗରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ଏଲଇଡି ମାଧ୍ୟମରେ ଅବଗତ କରା ଯାଇଥିଲା |

ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଚାଲିଥିବା ସରକାର ଙ୍କ ଜନହିତକର ଯୋଜନା  ଗୁଡିକ ଉପରେ ଆଲୋକପାତ କରିଥିଲେ | ଏଥିରେ ହିତାଧୀକାରୀ ଙ୍କୁ  ଜବ୍ କାର୍ଡ ୨୨ ଟି , ପେନସନ କାର୍ଡ ୮ ଟି, ରାସନ କାର୍ଡ ୩ ଟି, ନିର୍ମାଣ ଶ୍ରମିକ କାର୍ଡ ୧୦ ଟି ଓ ଜଙ୍ଗଲ ଜମି ପଟ୍ଟା ୪୭ ଟି  ବଣ୍ଟନ କରାଯାଇଥିଲା |

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *