ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା କୁ ଆଇନ ସଚେତନତା ଶିବିର 

Spread the love

ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା କୁ ଆଇନ ସଚେତନତା ଶିବିର

କୋରାପୁଟ-ଜୟପୁର ଆନୁକୁଲ୍ୟରେ ତଥା ଜିଲ୍ଲା ଜର୍ଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ  ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ଵାବଧାନରେ  ସ୍ଥାନୀୟ  ବାରିଣିପୁଟ ଗ୍ରାମ ପଞ୍ଚାୟତ ପୁଟ୍ରାଗୁଡା ଗ୍ରାମ ଠାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା       ପ୍ରାଧିକରଣ ସଚିବ ତଥା ବିଚାରପତି ଶ୍ରୀମତି ପ୍ରଦ୍ୟୋମୟୀ ସୁଜତା ଯୋଗ ଦେଇଥିଲେ ତା ସହିତ ଜିଲ୍ଲା ଶ୍ରମ ଅଧିକାରୀ ଜୟପୁର ସୁଶ୍ରୀ ସବିତା କୁମାରୀ   ନାୟକ , ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଅନନ୍ତ ମୁଦୁଲି, ଏବଂ ଡେପୁଟି ଲିଗାଲ ଡିଫେନ୍ସ କାଉନସେଲ ଶ୍ରୀ କେ.ଦିବାକର ରାଓ ଯୋଗଦେଇ ଉପସ୍ଥିତ ପୁଟ୍ରାଗୁଡା ଗ୍ରାମବାସୀଙ୍କୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଶ୍ରମ ଆଇନର ଅପର୍ଯ୍ୟାପ୍ତ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟକାରୀତା ଯୋଗୁଁ ପ୍ରବାସୀ ଶ୍ରମିକମାନେ ପ୍ରାୟତଃ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି, ଯାହା ଫଳରେ ଅନୁଚିତ ମଜୁରୀ, ଅସୁରକ୍ଷିତ କାର୍ଯ୍ୟ ପରିସ୍ଥିତି, ସାମାଜିକ ସୁରକ୍ଷାର ଅଭାବ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇବାରେ ଅସୁବିଧା ଭଳି ସମସ୍ୟା ଉପୁଜେ। ଅନେକ ପ୍ରବାସୀ ଶ୍ରମିକ ଚାକିରିର ଅନୌପଚାରିକ ପ୍ରକୃତି ଏବଂ ପ୍ରବାସ ଢାଞ୍ଚା ଉପରେ ବ୍ୟାପକ ତଥ୍ୟର ଅଭାବ ଯୋଗୁଁ ଏହି ସମସ୍ୟାଗୁଡ଼ିକ ଆହୁରି ବଢ଼ିଯାଏ।

ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଥିବା ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଏବଂ ସେବା ସର୍ତ୍ତାବଳୀ) ଆଇନ, 1979, ପ୍ରାୟତଃ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୁଏ ନାହିଁ, ଯାହା ଫଳରେ ଅନେକ ଶ୍ରମିକ ଦୁର୍ବଳ ହୋଇପଡ଼ନ୍ତି।   ନିଜ ରାଜ୍ୟ ନିଜ ଇଟାମାଟି ଛାଡି ଯେଉଁ ମାନେ ବାହାର ରାଜ୍ୟ କୁ ଯାଇ ଶ୍ରମିକ ଭାବରେ ବିଭିନ୍ନ କାରଖାନା ମାନଙ୍କ ରେ  କାମ କରିଥାନ୍ତି କିନ୍ତୁ ଯେତେବେଳେ ସେଠି ଠକାମିର ଶିକାର ହୁଅନ୍ତି କିମ୍ବା ଆକଷ୍ମିକ ଭାବରେ ମୃ୍ତ୍ୟୁବରଣ କରନ୍ତି ସେତେବେଳେ ବହୁତ ଅସୁବିଧା ସମ୍ମୁଖିନ ହୋଇଥାନ୍ତି । କାରଣ ସେମାନେ ଜାଣିବା ଉଚିତ ଯେ ସରକାରଙ୍କ ନିୟମ ଅନୁସାରେ ପ୍ରଥମେ ନିଜନାମ ଜିଲ୍ଲା ଶ୍ରମ ଅଧିକାର କାର୍ଯ୍ୟଳୟରେ ପଞ୍ଜିକୃତ କରିବା ଉଚିତ ଏବଂ ନିଜର ସଂକ୍ଷିପ୍ତ ବିବରଣୀ ସହିତ କେଉଁ ଠିକାଦାର, କମ୍ପାନୀ ମାଲିକ ଇତ୍ୟାଦି ଜିଲ୍ଲା ଶ୍ରମଅଧିକାରୀ ଙ୍କ ନିକଟରେ ଜଣାଇବା ଆବଶ୍ୟକ ଅଟେ। ବିନା ପଞ୍ଜିକରଣରେ କାହାସହିତ କେବେ ମଧ୍ୟ ବାହାର ରାଜ୍ୟକୁ କାମ ଅନ୍ବେଷଣ ଯିବା ଅନୁଚିତ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *