ଜୟପୁର ସହରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Spread the love

ଜୟପୁର ସହରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଜୟପୁର : ସ୍କୁଲ ଅଛି । ପାଠପଢା ଚାଲିଛି । କିନ୍ତୁ ପାଠ ପଢାଉଥିବା ମହିଳା ଜଣଙ୍କ ଶିକ୍ଷୟିତ୍ରୀ ନୁହଁନ୍ତି । ସେ ହେଉଛନ୍ତି ଜଳ ସେଚନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରୋଗ୍ରେସ ରେକର୍ଡର ମଞ୍ଜୁଲତା ମିଶ୍ର । ଶିକ୍ଷାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ଖୋଦ ଜୟପୁର ସହରରେ ।  ଜୟପୁର ସହରର ଇରିଗେସନ କଲୋନୀରେ ଥିବା ଅପର କୋଲାବ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ତାଙ୍କୁ ଜଳସେଚନ ବିଭାଗ ପକ୍ଷରୁ ନିୟୋଜିତ କରାଯାଇଛି । ସେ ଶିକ୍ଷା ବିଭାଗର ନିୟମ ଅନୁସାରେ କୌଣସି ତାଲିମ ପାଇ ନାହାନ୍ତି । ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵ ଜଣେ ପ୍ରୋଗ୍ରେସ ରେକର୍ଡର ତୁଲାଉଛନ୍ତି । ସ୍କୁଲରେ ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୬୩ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କୁ କେଉଁ ପ୍ରକାର ଶିକ୍ଷା ଦିଆଯାଉଥିବ ତାକୁ ନେଇ ଉଠିଛି ପ୍ରଶ୍ନ । ସେହିପରି ଜଳସେଚନ ବିଭାଗ ଦ୍ବାରା ପରିଚାଳିତ ପ୍ରୋଜେକ୍ଟ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୩୬ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି ।

ସେମାନଙ୍କ ପାଇଁ କେବଳ ୨ ଜଣ ଶିକ୍ଷକ ରହିଛନ୍ତି, ଯିଏକି ଚଳିତ ମାସରେ ଅବସର ନେବେ । ତାପରେ ସ୍କୁଲରେ ଶିକ୍ଷାଦାନ କିପରି ଚାଲିବ ସେନେଇ ଚିନ୍ତାରେ ଅଭିଭାବକ ଓ ପୂର୍ବତନ ଛାତ୍ର । ସ୍କୁଲରେ ଶିକ୍ଷକ ଅଭାବ ସଂପର୍କରେ ବାରମ୍ବାର ଶିକ୍ଷା ବିଭାଗ ଓ ଜଳ ସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।
ଅପର କୋଲାବ ପ୍ରୋଜେକ୍ଟ ଅଧୀନରେ କୋରାପୁଟ ଜିଲ୍ଲାରେ ଗୋଟିଏ ହାଇସ୍କୁଲ ଓ ୪ଟି ପ୍ରାଥମିକ ବିଦ୍ଯାଳୟ ଥିବା ବେଳେ ସବୁ ବିଦ୍ଯାଳୟ ଅବସ୍ଥା ସମାନ । ଏ ସଂପର୍କରେ ନନ୍ଦିଘୋଷ ଟିଭି ପ୍ରତିନିଧି ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ଯଯନ୍ତ୍ରୀଙ୍କ ଧ୍ଯାନ ଆକର୍ଷଣ କରିଥିଲେ । ସେ ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିବା ସହ ବିଦ୍ଯାଳୟଗୁଡିକୁ ଶିକ୍ଷା ବିଭାଗକୁ ହନ୍ତାନ୍ତର କରିବାକୁ ଚିଠି ଲେଖିଥିବା କହିଛନ୍ତି । ଅନ୍ଯପଟେ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ । ପୂର୍ବରୁ ଯେଉଁ ହାଇସ୍କୁଲରେ ପାଠ ପଢି ବହୁ ଛାତ୍ରଛାତ୍ରୀ ଆଜି ବହୁ ଉଚ୍ଚ ପଦସ୍ଥ ଅଧିକାରୀ ହୋଇପାରିଛନ୍ତି, ସେହି ସ୍କୁଲ ଆଜି ଅବହେଳିତ । ଏହାଠୁ ଦୁର୍ଭାଗ୍ଯର ବିଷୟ କଣ ହୋଇପାରେ ?

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *