ରାସ୍ତାରେ ପାଣି, ୩ ଗାଁ ବିଚ୍ଛିନ୍ନ

Spread the love

ରାସ୍ତାରେ ପାଣି, ୩ ଗାଁ ବିଚ୍ଛିନ୍ନ

ବୈପାରିଗୁଡ଼ା : ରାସ୍ତା ଉପରେ ୨ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ୩ ଖଣ୍ଡ ଗ୍ରାମବାସୀଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ଅଞ୍ଚଳବାସୀ ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର ଚିପାକୁର ପଞ୍ଚାୟତରେ ।
ଗତ କିଛି ଦିନ ହେଲା ବୈପାରିଗୁଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି । ଏହାର ପ୍ରଭାବରେ ବ୍ଲକର ଚିପାକୁର ପଞ୍ଚାୟତ ପଡ଼େଇଖଦରା ଗ୍ରାମ ନିକଟରେ ଥିବା ଏକ ରାସ୍ତା ଉପରେ ଆଜି ଅପରାହ୍ନ ପ୍ରାୟ ୪ଟାରେ ୨ ଫୁଟ୍ ଉଚ୍ଚର ବର୍ଷା ଜଳ ପ୍ରବାହିତ ହୋଇଥିଲା। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୩ ଖଣ୍ଡ ଗ୍ରାମବାସୀଙ୍କ
ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଗୋଲରୀଗୁଡ଼ା, ସିନ୍ଧିବୁରୁଡ଼ି ଏବଂ ଜବା ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକ ସଦରକୁ ଆସି ନପାରି ହଇରାଣ ହେଉଛନ୍ତି। ପଡ଼େଇଖଦରା ପାହାଡ଼ ତଳିଆ ଅଞ୍ଚଳରେ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ପଡ଼େଇଖଦରା ନିକଟବର୍ତ୍ତୀ ପାହାଡ଼ି ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଥାଉକି, କୋରାପୁଟ ବିଧାୟକ ରଘୁରାମ ମାଛ ଗତବର୍ଷ ପଡ଼େଇଖଦରା ଗ୍ରାମରେ ଝାଡ଼ାବାନ୍ତି ସଂକ୍ରମିତ ରୋଗୀଙ୍କୁ ଭେଟିବାକୁ ଯାଇଥିଲେ। ସେହି ସମୟରେ ଗାଁ ଲୋକେ ବିଧାୟକ ଶ୍ରୀ ମାଛଙ୍କୁ କାନ୍ଧରେ ବୋହି ପାଣି ଭର୍ତ୍ତି ରାସ୍ତା ପାର କରିଥିଲେ | ଏହି ରାସ୍ତା ଉପରେ ପୋଲ ନିର୍ମାଣ କରିବା ପାଇଁ ସରପଞ୍ଚଙ୍କ ସମେତ ତିନି ଖଣ୍ଡ ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *