ଟିପର ଚକା ତଳେ ଚାପି ହୋଇ ଜଣକ ଜୀବନ ଗଲା

Spread the love

ଟିପର ଚକା ତଳେ ଚାପି ହୋଇ ଜଣକ ଜୀବନ ଗଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଡାବୁଗାଁ – ବୋରିଗାଁ ପୂର୍ତ୍ତ ବିଭାଗ ରାସ୍ତା ଉପରେ ବସଷ୍ଟାଣ୍ଡ ନିକଟରେ ଏକ ଟିପର ଚକା ତଳେ ଜଣେ ଲୋକ ଚାପି ହୋଇ ଗୁରୁବାର ସକାଳ ୧୧ ଘ. ସମୟରେ ଜୀବନ ଚାଲି ଗଲା। ସୂଚନାଯୋଗ୍ୟ:- ଡାବୁଗାଁ ମେଡିକାଲ କଲୋନୀ ରେ ରହୁଥିବା ରାଜୁ ୟାଦବ (୫୬) ଡାବୁଗାଁ – ବୋରିଗାଁ ରାସ୍ତା କଡରେ ଏକ ଜଳଖିଆ ଦୋକାନ କରି ଚଳି ଆସୁଥିଲେ ।

ଗୁରୁବାର ସକାଳ ପ୍ରାୟ ୧୧ ଘ. ସମୟରେ ସେ କୌଣସି କାମରେ ନିଜ ହୋଟେଲରୁ ବାହାରକୁ ଯାଉଥିବା ବେଳେ ଏକ ଟିପର ନଂ ଓଡି ୨୬ଜି ୩୬୩୦ ଡାବୁଗାଁ ପଟୁ ବୋରିଗାଁ ରାସ୍ତାରେ ଯାଉଥିବା ବେଳେ ରାଜୁ ଟ୍ରିପର ଚକାତଳେ ଚାପି ହୋଇଯାଇଥିଲେ, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଟିପର ଚକା ତଳେ ଚାପି ହେବା ପରେ ଡ୍ରାଇଭର ଗାଡି ନ ଅଟକାଇ ସେଠାରୁ ଗାଡି ନେ଼ଇ ଫେରାର ହୋଇଯାଇଥିଲେ । ପରେ ଟିପର ଡ୍ରାଇଭର ମାଝିଗୁଡ଼ା ଛକ ନିକଟରେ ଗାଡି ରଖି କୁଆଡେ ଫେରାର ହୋଇଯାଇ ଥିଲା । ଖବରପାଇ ଡାବୁଗାଁ ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ର, ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାସ୍ଥଳରେ ପହଞ୍ଚି ଥିଲେ | ଡାବୁଗାଁ ପୋଲିସ ଉକ୍ତ ଗାଡିକୁ ମାଝିଗୁଡା ନିକଟରୁ ଜବତ କରି ଥାନାରେ ରଖିଛି | ପରେ ପରିବାର ଲୋକେ କ୍ଷତିପୂରଣ ଦାବୀ କରି ଡାବୁଗାଁ – ବୋରିଗାଁ ରାସ୍ତା ଅବରୋଧ କରିଥିଲେ । ପରେ ଆଲୋଚନା କରାଯାଇ ଗାଡି ମାଲିକ ୨ଲକ୍ଷ ୫୦ ହଜାର କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେବାପରେ ଅପରାହ୍ନ ୩ ଘ. ସମୟରେ ରାସ୍ତା ରୋକ ହଟିଥିଲା | ରାସ୍ତାରୁ ଶବ ଉଠା ଯାଇ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିଲା | ଏନେଇ ମୃତକ ର ପୁଅ ଟିଙ୍କୁ ୟାଦବ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଡାକ୍ତରଖାନାରେ ପହଞ୍ଚି କରି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ସନ୍ଧ୍ୟାରେ ଅଙ୍ଗୀ ନଦୀ ଶ୍ମଶାନରେ ଶବ ସତ୍କାର ବନ୍ଧୁ ବାନ୍ଧବ ଓ ପରିବାର ପରିଜନ ଙ୍କ ସହ ସମାପନ କରାଯାଇଥିଲା lଏନେଇ ଥାନା କେସ ନଂ ୧୪୫/୨୫ ରେ ଏକ ମାମଲା ରୁଜୁ କରାଯାଇଛି l

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *