ଟିପ୍ପର ଚକା ତଳେ ପଡ଼ି ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଧାରଣା

Spread the love

ଟିପ୍ପର ଚକା ତଳେ ପଡ଼ି ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଧାରଣା

ନବରଙ୍ଗପୁର/ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ସଦର ଡାବୁଗାଁ ଦୈନିକ ବଜାର ବୋରିଗାଁ ରାସ୍ତା ଉପରେ ଏକ ଟ୍ରିପର ଚକା ତଳେ ପଡି ଜଣେ ମୃତ୍ୟୁ ବରଣ କରିଛି। ମୃତ ବ୍ୟକ୍ତି ଜଣକ ଡାବୁଗାଁ ହାଇସ୍କୁଲ ରୋଡର ରାଜୁ ଯାଦବ (୫୩) ବୋଲି ଜଣା ପଡିଛି। ଟିପ୍ପର ଚକା ତଳେ ପଡି ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଶବ ଦୀର୍ଘ ୫ ଘଣ୍ଟା ଧରି ଦୈନିକ ବଜାର ଛକରେ ପଡ଼ି ରହିଥିଲା। ପରେ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବା ପରେ ଅପରାହ୍ନ ଚାରି ଘଣ୍ଟ ସମୟରେ ଶବ ଉଠିଥିଲା। ଏ ନେଇ ମୃତ ବ୍ୟକ୍ତିଙ୍କ ପୁଅ ପିଙ୍କୁ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିଥିଲେ।
ରାଜୁ ଯାଦବ ଡାବୁଗାଁ ଦୈନିକ ବଜାର ବୋରିଗାଁ-ହାଇସ୍କୁଲ ରୋଡ୍‌ ପାର୍ଶ୍ଵରେ ଏକ ଜଳଖିଆ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ଆଜି ଦିନ ୧୧ ଘଣ୍ଟ ସମୟରେ ରାଜୁ ତାଙ୍କ ଜଳଖିଆ ଦୋକାନରୁ ରାସ୍ତା ପାର ହେବା ସମୟରେ ଡାବୁଗାଁରୁ ବୋରିଗାଁ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ଟିପ୍ପର (ଓଡି ୨୬ ଜି ୩୬୩୦) ସହ ଧକ୍କା ହୋଇଥିଲା। ଏଥିରେ ରାଜୁ ଟିପ୍ପର ଚକା ତଳେ ପଡ଼ି ଯିବାରୁ ମୁଣ୍ଡ ସହ ସମ୍ମୁଖ ଭାଗ ଶରୀର ଚକ ତଳେ ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ରାଜୁଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ଘଟାଇଥିବା ପରେ ଟିପ୍ପର ଡ୍ରାଇଭର ଟିପର ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆଜି ଡ଼ାବୁଗାଁରେ ସାପ୍ତାହିକ ହାଟ ଥିବାରୁ ଦୁର୍ଘଟଣାସ୍ଥଳରେ ଶହଶହ ଲୋକଙ୍କ ଭିE ଜମିଥିଲ। ମୃତ ପରିବାର ଲୋକେ ରାସ୍ତାଉପରେ ଶବ ରଖି ଉପଯୁକ୍ତ କ୍ଷତିପୂରଣ ଦାବି କରି ବସିଥିଲେ। ପୁଲିସ ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ସେମାନେ ଶବ ରାସ୍ତା ଉପରୁ ଉଠାଇ ନ ଥିଲେ। ଶେଷରେ ଡ଼ଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ ଯୋଜନାରେ ୩ ହଜାର ଓ ଡାବୁଗାଁ ଆରଆଇ ଚୈତନ୍ୟ ବେହେରା ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ ପରେ ଅପରାହ୍ନ ୪ ଘଣ୍ଟ ସମୟରେ ଶବ ରାସ୍ତାରୁ ଉଠିଥିଲା। ଏ ନେଇ ମୃତ ରାଜୁ ଯାଦବର ପୁଅ ପିଙ୍କୁ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏଏସ୍‌ଆଇ ଗୋପାଳ କୃଷ୍ଣ ହାଲୱା ଘଟଣାର ତଦନ୍ତ କରୁଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *