
ବର୍ଷାରେ ଭାଙ୍ଗିଲା ଘର, ପଡ଼ୋଶୀ ଘରେ ଆଶ୍ରୟ
ବୈପାରିଗୁଡ଼ା : ଲଗାଣ ବର୍ଷା ଯୋଗୁଁ ବୈପାରିଗୁଡ଼ା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ଅନ୍ତର୍ଗତ କଦଳୀପଦର ଗ୍ରାମର ଶରତ ଖିଲଙ୍କ ଘର ଭାଙ୍ଗିଯାଇଛି। ଗତକାଲି ରାତିରେ ବୈପାରିଗୁଡ଼ା ବ୍ଲକରେ ପ୍ରବଳ ବର୍ଷା ହୋଇଥିଲା | ଏହି ସମୟରେ କଦଳୀପଦର ଗ୍ରାମର ଶରତ ଖିଲ ନିଜର ପତ୍ନୀ ଓ ପୁଅଝିଅଙ୍କ ସହ ମିଶି ଶୋଇଥିଲେ । ତେବେ ଜୋରରେ ପବନ ବହିବା ସହିତ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗିଯାଇଥିଲା । ଘର ଭାଙ୍ଗିଯିବା ପରେ ଶରତ ନିଜ ପରିବାରକୁ ନେଇ ଘରେ ପଡ଼ୋଶୀଙ୍କ ଆଶ୍ରୟ ନେଇଛନ୍ତି। ଶରତ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ସ୍ବଳ୍ପ ଆୟରେ ପରିବାର ଚଳାଉଥିଲେ | ବର୍ଷାରେ ଘର ଭାଙ୍ଗିଯିବା ପରେ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନଥିବାରୁ ପରିବାରକୁ ନେଇ କେଉଁଠି ରହିବେ ସେ ନେଇ ଶରତ ଚିନ୍ତାରେ ପଡ଼ିଛନ୍ତି। ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।
Leave a Reply