
ଶାବର ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା: ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ, ଜୁଲାଇ ୫ (ସୀମାଦ୍ରି):
ଆଜି କୋରାପୁଟ ଜିଲ୍ଲାର ଶାବର ଶ୍ରୀକ୍ଷେତ୍ରରେ ଆୟୋଜିତ ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟାଣିଛନ୍ତି। ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ, ବିଜେପି କର୍ମୀମାନେ ଓ ସ୍ଥାନୀୟ ନାଗରିକମାନେ ମଧ୍ୟ ବିଶାଳ ଭାବେ ଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ଶ୍ରୀଜଗନ୍ନାଥଙ୍କ ଶବର ରୂପରେ ଉପାସନାର ପ୍ରାଚୀନ ଐତିହ୍ୟକୁ ସ୍ମରଣ କରି, ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଆଦିବାସୀ ଜନଜାତି ମାନଙ୍କ ଭକ୍ତି ଓ ପ୍ରେମରେ ବନ୍ଧି ହୋଇ ଗିରିକନ୍ଦର ମଧ୍ୟରେ ଧାଇ ଆସିଛନ୍ତି। ଏହି ଐତିହ୍ୟ ଆଧାରରେ ଶାବର ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ରଥଯାତ୍ରା ଆୟୋଜିତ ହୋଇଥାଏ।
ଆଜିର ବାହୁଡ଼ା ଯାତ୍ରାକୁ ନେଇ ଶାବର ଶ୍ରୀକ୍ଷେତ୍ର ଓ ତାହାର ଆସପାସର ଅଞ୍ଚଳରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା। ପ୍ରଶାସନ ଓ ଉତ୍ସବ କମିଟି ପକ୍ଷରୁ ସୁରକ୍ଷା, ବ୍ୟବସ୍ଥାପନା ଓ ଯାତାୟାତ ନିୟନ୍ତ୍ରଣ ପାଇଁ ପ୍ରଶଂସନୀୟ ପ୍ରୟାସ ଦେଖାଯାଇଛି।

Leave a Reply