
ନବରଙ୍ଗପୁର ପୌରାଞ୍ଚଳ ପରିମଳ ବ୍ୟବସ୍ଥା ସମ୍ବନ୍ଧରେ ନାଗରିକ କମିଟି ର ଆଲୋଚନା
ନବରଙ୍ଗପୁର ଜୁଲାଇ ୭ (ସିମାଦ୍ରି )ପୌରସଂସ୍ଥା ର ନିର୍ବାହୀ ଅଧିକାରୀ ଡଃ ଅଶୋକ କୁମାର କର୍ଣ୍ଣ ଙ୍କୁ ଜିଲ୍ଲା ନାଗରିକ କମିଟି ତରଫରୁ ପୂର୍ବରୁ ଦିଆଯାଇଥିବା ସ୍ମାରକପତ୍ର ର ପରବର୍ତ୍ତୀ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ରଙ୍କ ସହ ସମ୍ପାଦକ ରାମ ପ୍ରସାଦ ପାତ୍ର, କିଶୋରୀ ପଟ୍ଟନାୟକ, ତପନ କୁମାର ବିଷୋୟୀ, ସୁବ୍ରତ ବେହେରା, ପ୍ରଦୀପ କୁମାର ସାହୁ ଓ ଶ୍ରୀନିବାସ ପାତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ଉକ୍ତ ସ୍ମାରକପତ୍ର ରେ ନବରଙ୍ଗପୁର ପୌରାଞ୍ଚଳ ର ୧୭ ଟି ୱାର୍ଡର ନାଳ ନର୍ଦ୍ଦମା ର ମରାମତି, ରାସ୍ତା ଘାଟ ର ନିର୍ମାଣ ଓ ଡମ୍ପିଂ ୟାର୍ଡର ଅବ୍ୟବସ୍ଥା ସମ୍ବନ୍ଧରେ ଉଲ୍ଲେଖ କରାଯାଇଥିଲା ସେ’ ଆଗାମୀ କାଉନସିଲ ବୈଠକ ରେ ନିଶ୍ଚିତ ଭାବେ ଉପସ୍ଥାପିତ କରି ସମସ୍ତ ସମସ୍ୟାର ପ୍ରତିକାର କରାଯିବ ବୋଲି କହିଥିଲେ । ପାଇଖାନା ସଫେଇ ଯାନ (sewage suction truck) ପାଇଁ ପୌରସଂସ୍ଥା ଅତ୍ୟଧିକ ଦେୟ ନେଉଥିବା ଅଭିଯୋଗର ଉତ୍ତର ରେ ନିର୍ବାହୀ ଅଧିକାରୀ କହିଛନ୍ତି ଯେ ଆଗାମୀ ଦିନରେ ସରକାରୀ ଧାର୍ଯ୍ୟ ଦର ହିଁ ନିଆଯିବ।
Leave a Reply