ଶିଶୁଙ୍କ ନ୍ୟାୟ ଓ ଶିକ୍ଷା ଅଧିକାର ବିଷୟରେ ସଚେତନତା ଶିବିର

Spread the love

ଶିଶୁଙ୍କ ନ୍ୟାୟ ଓ ଶିକ୍ଷା ଅଧିକାର ବିଷୟରେ ସଚେତନତା ଶିବିର



ଜୟପୁର, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଙ୍କ ଆନୁକୂଳ୍ୟରେ ଏକ ଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଜଜ୍ ଓ ପ୍ରାଧିକରଣ ଅଧ୍ୟକ୍ଷ୍ୟ ଶ୍ରୀ ପ୍ରଦୀପ କୁମାର ମହନ୍ତ ଙ୍କ ତତ୍ତ୍ବାବଧାନରେ ଶରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗର, ପାରାବେଡାରେ ଅନୁଷ୍ଠିତ ହୋଇଥିଲା।


ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ପ୍ରଦ୍ୟେମୟୀ ସୁଜାତା ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡଃ. ବି ଗାୟତ୍ରୀ ଦେବୀ (ସ୍ପେସିଆଲ୍ ପି.ପି), ଅତିରିକ୍ତ ଜିଲ୍ଲା ଓ ପୋକ୍ସୋ ଅଦାଲତ ନ୍ୟାୟଧୀଶ ଶ୍ରୀମତୀ ଗାୟତ୍ରୀ ପାତ୍ର, ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ଶ୍ରୀମତୀ ଗାୟତ୍ରୀ ପାତ୍ର, ପି.ଓ.ଆଇ.ସି. ଶ୍ରୀ ରିଷବ ନାୟକ, ଏ.ଏସ.ଆଇ. ଜୟପୁର ଠାନା ଶ୍ରୀ ସତ୍ୟବାଦୀ ନାୟକ, ଓ ବିଦ୍ୟାଳୟର ମୁଖ୍ୟ ଶିକ୍ଷକ ଡଃ. ରମଣି ରଞ୍ଜନ ଦାସ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ “କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫” ଓ “ବାଧ୍ୟତାମୂଳକ ଶିକ୍ଷା ଆଇନ” ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଅତିଥିମାନେ ଶିଶୁ ଅଧିକାର, ନାବାଳକ ନ୍ୟାୟ ପ୍ରଣାଳୀ, ଏବଂ ଶିକ୍ଷା ଅଧିକାର ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିଥିଲେ।
ପରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସଚିବ ଶ୍ରୀମତୀ ପ୍ରଦ୍ୟେମୟୀ ସୁଜାତା ଙ୍କ ହସ୍ତରେ ପୁରସ୍କାର ଦିଆଯାଇଥିଲା। ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ମାରକ ଉପହାର ମଧ୍ୟ ଦିଆଯାଇଛି।
ଏହି ଶିବିର ମାଧ୍ୟମରେ ନବପ୍ରଜନ୍ମ ମଧ୍ୟରେ ଆଇନ ସଚେତନତା ବୃଦ୍ଧି, ନ୍ୟାୟ ଓ ଅଧିକାର ବିଷୟରେ ସ୍ପଷ୍ଟ ଧାରଣା ତିଆରି ହେବା ଆଶା କରାଯାଉଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *