କୋରାପୁଟ ବିଧାୟକ ରଘୁରାମ ମାଛ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା



ଜୟପୁର, ୧୧/ ୭ ଖୁବ ଶୀଘ୍ର ମନ୍ତ୍ରୀ ମଣ୍ଡଳ ପରିବର୍ତନ ହେବା ନେଇ ବି ବିଜେପି ରାଜ୍ୟ ସଭାପତି ସୂଚନା ଦେଇଛନ୍ତି, ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ଖବର ଆସିବା ପରେ ଏବେ ବିଧାୟକ ମାନେ ଭୁବନେଶ୍ବର ଡେରା ପକାଇଛନ୍ତି, ଏଥର ମନ୍ତ୍ର ମନ୍ତ୍ରୀ ମଣ୍ଡଳ ରେ ପୁରୁଣା କୁ ବାଦ ଦିଆଯାଇ ନୂଆ ଓ ଯୁବ ଚେହେରା ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି, ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ରେ କୋରାପୁଟ ବିଧାୟକ ରଘୁରାମ ମାଛ ମନ୍ତ୍ରୀ ହେବା ନେଇ ଇ ଏବେ ଚର୍ଚ୍ଚା ହେଉଛି, ବିଧାୟକ ରଘୁରାମ ମାଛ ରାଜନୀତି କ୍ଷେତ୍ର ରେ ର ଅଭିଜ୍ଞ ଓ ଦକ୍ଷ ଭାବେ କୋରାପୁଟ ଜିଲ୍ଲାରେ ବେଶ ପରିଚିତ, ରଘୁରାମ ମାଛ ବିଜେପି କୁ ଆସିବା ପରେ ପ୍ରଥମ କରି କୋରାପୁଟ ନିର୍ବାଚନ ମଣ୍ଡଳୀରେ ବିଜେପି ଖାତା ଖୋଲିଛି, ରଘୁରାମ ମାଛ ବିଧାୟକ ହେବା ପରେ ଗାଁ ରୁ ଗାଁ ବୁଲି ଲୋକ ମାନଙ୍କ ସମସ୍ୟା ବୁଝୁଛନ୍ତି, ଛୋଟ ଛୁଆ ଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତ ଙ୍କ ପ୍ରିୟ ବିଧାୟକ ହୋଈ ପାରିଛନ୍ତି, କୋରାପୁଟ ନିର୍ବାଚନ ମଣ୍ଡଳୀରେ ଏବେ ଦଳ ସଦୃଢ଼ ହେବା କୁ ଲାଗିଛି, ନିର୍ବାଚନ ପରେ ଅନ୍ୟ ଦଳ ଛାଡି ନେତା ଓ କର୍ମୀ ବିଜେପି ରେ ଯୋଗ ଦେଉଛନ୍ତି, ବିଧାୟକ ରଘୁରାମ ମାଛ ପ୍ରଶାସନ ଓ ସାଧାରଣ ଲୋକ ଙ୍କ ସହିତ ସୁସମ୍ପର୍କ ରଖ୍ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବା ପାଇଁ ସବୁ ବେଳେ ଚେଷ୍ଟା ଜାରି ରଖୁଛନ୍ତି, ଅଭିଜ୍ଞ ଓ ଜଣେ ଦକ୍ଷ ବିଧାୟକ ହୋଇଥ‌ିବାରୁ ତାଙ୍କୁ ମନ୍ତ୍ରୀ ପଦ ମିଳି ପାରେ ବୋଲି ଏବେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *