ଜିଲ୍ଲା କ୍ରୀଡ଼ା ସଂଘ କର୍ମକର୍ତ୍ତା ନିର୍ବାଚନ ସ୍ଥଗିତ

Spread the love



କୋରାପୁଟ, କୋରାପୁଟ ଜିଲ୍ଲା କ୍ରୀଡାସଂଘ କର୍ମକର୍ତ୍ତା ନିର୍ବାଚନକୁ ନକୁ ଜିଲ୍ଲାପ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ସ୍ଥଗିତ ରଖ୍ ରଖୁଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଏକ ବିଜ୍ଞପ୍ତି ଜରିଆରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କୋରାପୁଟ ଜିଲ୍ଲା କ୍ରୀଡା ସଂଘର ସା ସାଧାରଣ ପରିଷଦ ବୈଠକ ସହ ୧୩ଟି ପଦବୀ ପାଇଁ ନିର୍ବାଚନ ହେବାର ଥିଲା । ହେଲେ କୋର୍ଟରେ ଏକ ମାମଲା ରହିଥ‌ିବାରୁ ନିର୍ବାଚନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ କ୍ରୀଡା ସଂଘର ବାଇଲୋ ପରିବର୍ତ୍ତନ କରି ନୂତନ ବାଇଲେ ପ୍ରସ୍ତୁତ କରାଯାଉ, ଯେଉଁଥ୍ରେ ଜିଲ୍ଲାର ୧୪ ୧୪ଟି ବ୍ଳକର ଶ୍ରେଷ୍ଠ କ୍ରୀଡାବିତଙ୍କୁ ସଦସ୍ୟ ଭାବେ ବ ନିଆଯାଉ ପାଉ, ଯଦ୍ବାରା ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର କ୍ରୀଡାବିତମାନେ ସଂଘରେ ସାମିଲ ହେବେ ଓ ଜିଲ୍ଲାର କ୍ରୀଡାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ସାଧାରଣରେ ଦାବି ହେଉଛି | ପ୍ରକାଶଥାଉକି, ଜିଲ୍ଲା କ୍ରୀଡା ସଂଘର ନିର୍ବାଚନରେ ୫୪ ଜଣ ଭୋଟର ମତଦାନ କରିଥାନ୍ତେ। କାର୍ଯ୍ୟକାରୀ କମିଟିର ୧୬ ଜଣ, କୋରାପୁଟ ଉପଖଣ୍ଡ କ୍ରୀଡା ସଂଘ ୧୧, ଜୟପୁର ଉପଖଣ୍ଡ କ୍ରୀଡା ସଂଘ ୧୧ ଏବଂ ଆଜୀବନ ସଦସ୍ୟ ୧୬ ଏହିପରି ସମୁଦାୟ ୫୪ ଜଣ ଭୋଟର ରହିଛନ୍ତି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *