ବାଇକ୍ ଦୁର୍ଘଟଣା: ଉମରକୋଟ ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର ଆହତ

ନବରଙ୍ଗପୁର/ଡାବୁଗାଁ: ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ଛେଳିବେଡା ନିକଟରେ ଭାରତମାଳା ରାସ୍ତାରେ ଏକ ଦୁଃଖଦ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଉମରକୋଟ (ୟୁଭି-୭) ନୂଆଗୁଡ଼ା ଗ୍ରାମର ୨୮ ବର୍ଷୀୟ ସୁଦନ ସାନାଙ୍କ ମୃତ୍ୟୁ ଘଟିଛି। ସେହି ବାଇକରେ ସହଯାତ୍ରୀ ଦୀପକ ବାଲା (୫୫) ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁସାରେ, ସୁଦନ ଓ ଦୀପକ ମାଲକାନଗିରିରେ କାର୍ଯ୍ୟ ସାରି ଗାଁକୁ ଫେରୁଥିବାବେଳେ ଛେଳିବେଡା ନିକଟରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଦୁଇଜଣ ଗୁରୁତର ଆହତ ହୋଇଥିବା ସମୟରେ ସ୍ଥାନୀୟ ଲୋକ ତୁରନ୍ତ ସହଯୋଗ ଦେଇ ଡାବୁଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଡାକ୍ତରମାନେ ସେଠାରେ ସୁଦନଙ୍କୁ ମୃତ ଘୋଷଣା କରିଥିଲେ। ଦୀପକଙ୍କୁ ଆଗକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନୁସ୍ଥାନାନ୍ତର କରାଯାଇଛି।ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *