ଜିଲ୍ଲା ଇତିହାସ ରେ ପ୍ରଥମ ଥର ପାଇଁ ଜଣେ  କିନ୍ନର ସଂଘର ଜଣେ ସଦସ୍ୟ ଙ୍କୁ ସରକାରଙ୍କ ଦ୍ଵାରା ଜମି ପଟ୍ଟା ପ୍ରଦାନ

Spread the love

ନବରଙ୍ଗପୁର: ଜିଲ୍ଲା କିନ୍ନର ସଂଘ ସଦସ୍ୟ ମଙ୍ଗଳ ଦେଇ ନାୟକଙ୍କୁ ଡାବୁଗାଁ ତହସିଲ ପକ୍ଷରୁ ଘର ବାରି ର ଏକ ଚାରି ସେଣ୍ଟ ଜମି ପ୍ରଦାନ କରାଯାଇଛି।  ଏହି ଘଟଣା ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ହୋଇଛି। ଜିଲ୍ଲା କିନ୍ନର ସଂଘ ହେବା ପରଠାରୁ କିନ୍ନର ମାନଙ୍କ ଅନେକ ସମସ୍ୟା ସମାଧାନ ହୋଇପାରୁଛି। ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ଜିଲ୍ଲା ଇତିହାସ ର ପ୍ରଥମ ଥର ପାଇଁ କିନ୍ନର ମାନଙ୍କୁ ପ୍ରଶାସନ ପକ୍ଷରୁ ଲେବର କାର୍ଡ ପ୍ରଦାନ କରାଯାଇଥିଲା। ବେସରକାରୀ ବସ ପାସ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଉଜ୍ଵଳା ଯୋଜନା ରେ କେତେକ କିନ୍ନର କୁ ଗ୍ୟାସ ଚୁଲା ପ୍ରଦାନ କରାଯାଇଥିଲା।  ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ବାସୀ ଖୁସି ପ୍ରକଟ କରିଛନ୍ତି। ଏହି ଅବସରରେ ଜିଲ୍ଲା କିନ୍ନର ସଂଘ ର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ସଂଘର ସଭାପତି କାଜଲ କିନ୍ନର,ସମ୍ପାଦକ ଚୁମୁକି କିନ୍ନର, ସଂଘର ଉପଦେଷ୍ଟା ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ସ୍ୱର୍ଣାଲତା ପଟ୍ଟନାୟକ, ନିନିବାନୁ ତ୍ରିପାଠୀ, ଦୁର୍ଗା ପାଢ଼ୀ, ଶ୍ରୀନିବାସ ପଟ୍ଟନାୟକ,   ଓକିଲ ସଂଘ ର ସଭାପତି ତଥା ଉପଦେଷ୍ଟା ସିରାଜୁଦିନ ଅହମଦ, ସଂଘର ଆଇନଗତ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ପ୍ରୋଜେକ୍ଟ ଲିଡର ଏମ. ବାଲା କୃଷ୍ଣ ରାଓ ଏବଂ ସଂଘର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ସହ ଜିଲ୍ଲାର ସମସ୍ତ ବ୍ଲକ୍ ର କିନ୍ନର ଏବଂ ଅଣ କିନ୍ନର ସଭ୍ୟ ସଭ୍ୟା ପ୍ରମୁଖ ଓଡ଼ିଶା ସରକାର,  ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ଜିଲ୍ଲା ପ୍ରଶାସନ କୁ ସାଧୁବାଦ୍ ଜଣାଇ ଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *