ମଧ୍ୟାହ୍ନ ଭୋଜନରେ ପୋକ ପାଇଯିବା ଘଟଣା – ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ, ଉଚ୍ଚସ୍ତରୀୟ ତଦନ୍ତ ଦାବି

Spread the love


ବୈପାରୀଗୁଡ଼, ୧୫ /୭ ବୈପାରୀଗୁଡ଼ ବ୍ଲକର କାକଲପୋଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ସମୟରେ ଭାତ ଭିତରେ ପୋକ ପାଇଯିବା ଘଟଣା ଘଟିଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ଅଭିଯୋଗ କରି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଥାଳି ଦେଖାଇଥିଲେ।
ସେମାନେ କହିଛନ୍ତି ଯେ, ଏହି ଘଟଣା କେବଳ ଆଜିର ନୁହେଁ, ବହୁଦିନ ଧରି ମଧ୍ୟାହ୍ନ ଭୋଜନରେ ଅଶୁଦ୍ଧ ଖାଦ୍ୟ ମିଳୁଥିବା ଅଭିଯୋଗ ହେଉଛି। ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରି ବିଷୟଟି ଅଞ୍ଚଳର ୱାର୍ଡ ମେମ୍ବରଙ୍କୁ ଦେଖାଇଥିଲେ।
ଏହି ଘଟଣା ପରେ ମଧ୍ୟ ଥିଲା, ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ସହିତ ଯୋଗାଯୋଗ କରିବା ଚେଷ୍ଟା ହେଲେ ମଧ୍ୟ ସଫଳତା ମିଳିନାହିଁ।
ସ୍ଥାନୀୟ ଅଭିଭାବକ ଏବଂ ଅଞ୍ଚଳବାସୀ ଏହି ଅନୁଚିତ ଘଟଣା ବାବଦରେ ଗଭୀର ଅସନ୍ତୋଷ ବ୍ୟକ୍ତ କରି ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବାକୁ ଦାବି କରୁଛନ୍ତି।
ଏହି ଘଟଣା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଅନୁଶାସନ ଓ ଗୁଣମାନ ନେଇ ପ୍ରଶ୍ନ ଉଠାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *