ଜୟପୁର: କଂଗ୍ରେସ ଦଳ ତରଫରୁ ସୌମ୍ୟାଶ୍ରୀଙ୍କୁ କ୍ୟାଣ୍ଡେଲ ଜାଳି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

Spread the love

ଜୟପୁର, ୧୫/୭ ବାଲେଶ୍ୱରର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅପମୃତ୍ୟୁ ଉପରେ ସମସ୍ତ ଦେଶ ଶୋକସନ୍ନତ। ଏହି ହୃଦୟବିଦାରକ ଘଟଣା ପ୍ରତି ଜୟପୁର କଂଗ୍ରେସ ଦଳ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସୋମବାର ସନ୍ଧ୍ୟାରେ ଜୟପୁର ବସସ୍ଥାଣ୍ଡ ନିକଟରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଅନେକ କଂଗ୍ରେସ କାର୍ଯ୍ୟକର୍ତ୍ତା, ଶିକ୍ଷିତ ବ୍ୟକ୍ତିବର୍ଗ ଓ ସାଧାରଣ ନାଗରିକ ଏଥିରେ ଯୋଗଦେଇ ସୌମ୍ୟାଶ୍ରୀଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।

“ଏକ ମେଧାବୀ ଛାତ୍ରୀ ନ୍ୟାୟ ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି। ଏହି ତ୍ୟାଗ ଅମୂଲ୍ୟ। ଆମେ ତାଙ୍କ ଶ୍ରଦ୍ଧାଞ୍ଜଳି ସହ ଏହି ନ୍ୟାୟ ଯୁଦ୍ଧକୁ ଆଗକୁ ବଢ଼େବୁ,” ବୋଲି ଜିଲ୍ଲା କଂଗ୍ରେସ ସଭାପତି ଅଭିନନ୍ଦନ ମହାପାତ୍ର କହିଛନ୍ତି।
ଏହି ଅବସରରେ ସୌମ୍ୟାଶ୍ରୀଙ୍କ ଜୀବନ ଓ ସଂଘର୍ଷ ବିଷୟରେ ଅନେକ ଉଦ୍ବୋଧନ ଦିଆଯାଇଥିଲା। ସଭା ସମାପନରେ ମୌନ ଅନୁଷ୍ଠାନ ଓ ଆଗ୍ନିଶିଖା ପାଖରେ ଫୁଲ ଅର୍ପଣ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *