
ଭୁବନେଶ୍ୱର, ଜୁଲାଇ ୧୭/୭ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଓ ଶିକ୍ଷାକ୍ଷେତ୍ରରେ ନିର୍ଯାତନା ବିରୋଧୀ ବ୍ୟବସ୍ଥାକୁ କଡା ଭାବେ ପାଳନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡି.ଇ.ଓ) ମାନଙ୍କୁ ଚିଠି ଜାରି କରାଯାଇଛି।
ବିଭାଗ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶାନୁସାରେ, ବିଦ୍ୟାଳୟ ଓ ହଷ୍ଟେଲରେ ଛାତ୍ରୀ ଓ ମହିଳା କର୍ମଚାରୀମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ତିଆରି କରିବାକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaint Committee – ICC) ଗଠନ ଅବଶ୍ୟକ ବୋଲି ଉଲ୍ଲେଖ କରାଯାଇଛି।
ଏହି ସହିତ ବିଭାଗ ପକ୍ଷରୁ ବିଭିନ୍ନ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି।
ଯଥା – 181 (ମହିଳା ସହାୟତା ନମ୍ବର), 1098 (ଶିଶୁ ହେଲ୍ପଲାଇନ), 112 (ପୋଲିସ ହେଲ୍ପଲାଇନ) ଏବଂ 18003456722 (ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଶୁଳ୍କ ସହାୟତା ନମ୍ବର)।
ବିଦ୍ୟାଳୟ, ହଷ୍ଟେଲ ଓ କାର୍ଯ୍ୟାଳୟ ଅଞ୍ଚଳରେ ଏହି ହେଲ୍ପଲାଇନ ନମ୍ବର ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବାକୁ ଓ ସମ୍ବିଧାନାନୁକୂଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗ ତରଫରୁ କୁହାଯାଇଛି ଯେ, ବିଦ୍ୟାଳୟରେ ନିର୍ଯାତନା ବିରୋଧରେ କଡା ଭାବେ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଯେଉଁଠି ଏପରି ଅଭିଯୋଗ ମିଳିବ, ତାହାରେ ଆଇନଯୋଗ୍ୟ କାର୍ଯ୍ୟବାହି କରାଯିବ।
Leave a Reply