ଫକୀର ମୋହନ ଛାତ୍ରୀ ଆତ୍ମାହୁତି ମାମଲା – ଅବହେଳା ବିରୋଧରେ ଓଡ଼ିଶା ବନ୍ଦ ସଫଳ ।

ଲକ୍ଷ୍ମୀପୁର, ୧୭ /୭ ଫକୀର ମୋହନ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଅବହେଳା ବିରୋଧରେ ଏବଂ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମ ଆୟୋଜିତ ହେଲା । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଏହି ବନ୍ଦ ପାଳନ କରାଯାଇଥିଲା ।

ସକାଳ ୬ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲକ୍ଷ୍ମୀପୁର, ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁ, ପୋଡ଼ାଗଡ଼ ଓ କାକିରିଗୁମ୍ମା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ଅନୁଷ୍ଠିତ ହେଲା । ଏହି କାର୍ଯ୍ୟକ୍ରମରେ ଡବଲ ଇଞ୍ଜିନ ସରକାରଙ୍କ ଅପାରଗତା ବିରୋଧରେ ଓ ବାଲେଶ୍ୱର ସାଂସଦ, ବିଧାୟକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା ।
ବନ୍ଦକୁ ସଫଳ କରିବାରେ ଲକ୍ଷ୍ମୀପୁର ବିଧାୟକ ମାନ୍ୟବର ପବିତ୍ର ସାଉଁତା ମହୋଦୟ, ସାଂସଦ ପ୍ରତିନିଧି ଶ୍ରୀ କୈଳାଶ ଖୋସଲା, ଯୁବ କଂଗ୍ରେସ ସଭାପତି ମଣ୍ଟି ଖୋରା ସହିତ ଅନେକ କଂଗ୍ରେସ କର୍ମୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *