ମାଗଣା ଚକ୍ଷୁ ପରୀକ୍ଷା ଶିବିରରେ ୧୨୫ ଲୋକ ଲାଭାନ୍ୱିତ

ଜୟପୁର, ୨୦/୭ , କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ଵାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩‑ତମ ଧରାବତରଣ ଦିବସ ଉପଲକ୍ଷେ ଆୟୋଜିତ ପଞ୍ଚଦିବସୀୟ କାର୍ଯ୍ୟକ୍ରମର ତୃତୀୟ ଦିନରେ କାଳୀକୃଷ୍ଣ ସଂଘ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଏବଂ ପରାମର୍ଶ ଶିବିର ଆୟୋଜିତ ହୋଇଲା। ସଂଘର ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ମାର୍ଗଦର୍ଶନରେ ଜୟପୁର ସ୍ଥିତ କାଳୀକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ପୂଜ୍ୟ ବଳଦେଵାନନ୍ଦଜୀ ମହାରାଜ ଉଦଘାଟନ କରିଛନ୍ତି।

ଡ଼ା. ନମ୍ରତା ମାଝୀ (ଚକ୍ଷୁ ବିଶେଷଜ୍ଞ) ଓ ସହଯୋଗୀ ବାସନ୍ତୀ ପ୍ରଧାନ, ଏଲିଜା ବେଥ, ବି. ରାମକୃଷ୍ଣ, ଆୟୁଷ ଆଦର୍ଶ ସାହୁ ଓ ଶୁଭଙ୍କର ଦାସ ମିଶି ମୋଟ ୧୨୫ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ଅନେକ ରୋଗୀଙ୍କୁ ମାଗଣାରେ ଚଷମା ଓ ଔଷଧ ବଣ୍ଟନ କରାଯାଇଛି।

କାଳୀକୃଷ୍ଣ ସଂଘର ଅନୁଗାମୀ ଅର୍ଜୁନ ପଟ୍ଟନାୟକ, ଗିରିଜାନନ୍ଦ, ମୁକୁନ୍ଦାନନ୍ଦ, ମୃତୁଞ୍ଜୟ ଠାକୁର, ଅମିତା ମିଶ୍ର, ଦିବାକର ଦଳାଇ, ଅରୁଣ ଷଡଙ୍ଗୀ, ଜନ୍ମେଜୟ ଦାଶ, କାଳୀକୃଷ୍ଣ ପତି, ଅନିଲ ପଣ୍ଡା, ସନ୍ତୋଷ କହଁର ଓ ମାନଙ୍କର ସମନ୍ୱୟରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ଜନ ସାଧାରଣ ସଂଘର ଏହି ନିଶୁଃଳ୍କ ସ୍ୱାସ୍ଥ୍ୟ ସେବା ଉଦ୍ୟମକୁ ସ୍ଵାଗତ କରି ମୁଖର ଶ୍ରଦ୍ଧାଞ୍ଜଳି ଓ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *