ସେବାରେ ଅବହେଳା – ଉପଭୋକ୍ତା କୋର୍ଟରେ ଓଲା କମ୍ପାନି ଡିଲର ଦଣ୍ଡିତଉପଭୋକ୍ତା କୋର୍ଟରେ ଓଲା କମ୍ପାନି ଡିଲର ଦଣ୍ଡିତ ।

Spread the love

ଉପଭୋକ୍ତା କୋର୍ଟରେ ଓଲା କମ୍ପାନି ଡିଲର ଦଣ୍ଡିତ

ଜୟପୁର,୨୨/୭ ସେବାରେ ଅବହେଳା । ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ କମିଶନରଙ୍କ କୋର୍ଟରେ ଦଣ୍ଡିତ ହୋଇଛନ୍ତି ଓଲା କମ୍ପାନୀର ଡିଲର । ଅଭିଯୋଗକାରୀ ଙ୍କୁ ଗାଡ଼ି ବାବଦରେ ୧ ଲକ୍ଷ ୪୦ ହଜାର ୧୯୯ ଟଙ୍କା, ଜରିମାନା ବାବଦରେ ୨୦ ହଜାର ଏବଂ ଲିଟିଗେସନ ବାବଦରେ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ପ୍ରଫୁଲ୍ଲ କୁମାର ପଣ୍ଡା ଓ ସଦସ୍ୟା ସଲମା ବାଜୁ।
ମାମଲା ଅନୁଯାୟୀ, ଗୁପ୍ତପ୍ରସାଦ ପଣ୍ଡା ନାମକ ବ୍ୟକ୍ତି ଓଲା କମ୍ପାନିର ଏକ ଇଲେକ୍ଟ୍ରିକାଲ ସ୍କୁଟର କିଣିଥିଲେ।
ବେଙ୍ଗାଲୁରୁର ଏକ ଓଲା କମ୍ପାନି ଡିଲରଙ୍କ ୱେବସାଇଟକୁ ଯାଇ ଅନଲାଇନ ମାଧ୍ୟମରେ କିଣିଥିଲେ । ଗାଡି ହୋମ୍ ଡେରିଭେରି ଦେବାର ମାତ୍ର ସପ୍ତାହକ ମଧ୍ୟରେ ଆଉ ଚାର୍ଜ ହୋଇନଥିଲା । ଏ ସମ୍ପର୍କରେ କମ୍ପାନିର ଡିଲରଙ୍କୁ ଅବଗତ କରାଇଥିଲେ ଗ୍ରାହକ। କମ୍ପାନି ଡିଲର୍‌ଙ୍କ ପକ୍ଷରୁ ଗାଡ଼ି ମରାମତି କରାଯାଇଥିଲା । ମରାମତି ପରେ ବି ପୁଣି ତ୍ରୁଟି ଦେଖାଦେଇଥିଲା । ତା ପରେ ମରାମତି ଲାଗି ଗାଡ଼ି ନେଇ ୨ ମାସ ନିଜ ପାଖରେ ରଖିଥିଲା କମ୍ପାନି। ଯେତେବେଳେ ଫେରାଇଲା, ଏହା ଆଉ ଚାଲିବା ସ୍ଥିତିରେ ନଥିଲା। ଗାଡ଼ିରେ ଯନ୍ତ୍ରାଂଶଗୁଡିକ ବଦଳାଇ ଦେଇଥିଲେ କମ୍ପାନି କର୍ତ୍ତୃପକ୍ଷ। ବାରମ୍ବାର ଅଭିଯୋଗ ପରେ ଆଉ ଶୁଣିନଥିଲେ। ବାଧ୍ୟ ହୋଇ ସ୍ଥାନୀୟ ଉପଭୋକ୍ତା ବିବାଦ ସମାଧାନ କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ ଗ୍ରାହକ ଶ୍ରୀ ପଣ୍ଡା। କୋର୍ଟଙ୍କ ଆଗରେ ଉଭୟ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ବିଭିନ୍ନ ପ୍ରମାଣପତ୍ରକୁ ଆଧାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି  ଉପଭୋକ୍ତା କମିଶନ

Related Posts

ଏନକାଉଣ୍ଟରରେ ମହିଳା ମାଓ କମାଣ୍ଡର ବିମଳା ସୋଡ଼ି ମୃତ

Spread the love

Spread the loveକୋରାପୁଟ ସେପ୍ଟେମ୍ବର ୬(ପ୍ରତିନିଧି): ଅଭିବ୍ୟକ୍ତି କୋରାପୁଟ ଜିଲ୍ଲାର ମାଲକାନଗିରି, ସୀମାନ୍ତଛତିଶଗଡ଼ର ନାରାୟଣପୁର-ଦନ୍ତେୱାଡା ସୀମାରେ ଆଜି ସକାଳୁ ଘଟିଥିବା ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ମୃତାଙ୍କୁ ବିମଳା ସୋଡ଼ି ବୋଲି ପରିଚୟ କରାଯାଇଛି। ସରକାର…

RPM ମାସିକ ଗୁଗୁଲ୍ ବୈଠକ

Spread the love

Spread the loveନୂଆ ଦିଲ୍ଲୀ (KCN):ରାଷ୍ଟ୍ରୀୟ ଖବରକାର ମହାସଂଘର ମାସିକ ସାଂଗଠନିକ ବୈଠକ ଗୁଗୁଲ୍ ପ୍ଲାଟଫର୍ମ ମାଧ୍ୟମରେ ଜାତୀୟ କୋଷାଧ୍ୟକ୍ଷ ଶ୍ରୀ ଧୀରଜ କୁମାରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ରାଷ୍ଟ୍ରୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

Leave a Reply

Your email address will not be published. Required fields are marked *