କୋରାପୁଟ ଜିଲ୍ଲା ଜୟପୁର ଝିଅ ଡକ୍ଟର ଚନ୍ଦନା ରାଉଳଙ୍କୁ ଦିଲ୍ଲୀ ଦରବାରରେ ପରମ୍ପରା ସମ୍ମାନ।

Spread the love

କୋରାପୁଟ ଜିଲ୍ଲା ଜୟପୁର ଝିଅ ଡକ୍ଟର ଚନ୍ଦନା ରାଉଳଙ୍କୁ ଦିଲ୍ଲୀ ଦରବାରରେ ପରମ୍ପରା ସମ୍ମାନ।

ଜୟପୁର : ନୂଆଦିଲ୍ଲୀ ଦରବାରରେ କୋରାପୁଟ ଜିଲ୍ଲା ଜୟପୁର ଝିଅ ଡକ୍ଟର ଚନ୍ଦନା ରାଉଳଙ୍କୁ ଭାରତୀୟ ଶାସ୍ତ୍ରୀୟ କଳା ଏବଂ “ଗୁରୁ ଶିଷ୍ୟ ପରମ୍ପରା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜୟପୁର ନିବାସୀ ପିତା ଶ୍ରୀ ରଘୁନାଥ ରାଉଳ, ସ୍ୱର୍ଗୀୟ ମାତା ଶ୍ରୀମତୀ ସତ୍ୟଭାମା ରାଉଳଙ୍କ ଝିଅ ଚନ୍ଦନା ରାଉଳ ନିଜର ଅଦ୍ୟମ ଚେଷ୍ଟା ବଳରେ କୋରାପୁଟ କଳା ସଂସ୍କୃତି ସହ ଓଡ଼ିଶା ତଥା ଭାରତୀୟ କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରି ଆଜି ବିଶ୍ଵ ଦରବାରରେ ପହଞ୍ଚାଇ ପାରିଥିବାରୁ କୋରାପୁଟ ମାଟି ଆଜି ଗର୍ବିତ। ୨୦୨୪ ଅକ୍ଟୋବର ୨୭ ତାରିଖ ନୂଆଦିଲ୍ଲୀ ସମ୍ବିଧାନ କ୍ଲବ ଠାରେ ଆୟୋଜିତ ‘ପରିଚୟ ଫାଉଣ୍ଡେସନ’ ର ଭାରତୀୟ ଶାସ୍ତ୍ରୀୟ କଳା ଓ ଗୁରୁ ଶିଷ୍ୟ ପରମ୍ପରା ସମର୍ପିତ କାର୍ଯ୍ୟକ୍ରମ “ପରମ୍ପରା” ର ଦଶମ ସଂସ୍କରଣ ଉତ୍ସବରେ କୋରାପୁଟ ଜିଲ୍ଲା ଜୟପୁର ଝିଅ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳଙ୍କୁ ଏହି ସମ୍ମାନଜନକ “ପରମ୍ପରା” ସମ୍ମାନରେ ସମ୍ମାନିତ କରାଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷ ମୁଦୁଲା ଠାକୁର ପ୍ରଧାନ, ସମ୍ମାନୀତ ଅତିଥି ପଦ୍ମଶ୍ରୀ ଉସ୍ତାଦ ଗୁଲଫାମ୍ ଅହମ୍ମଦ ଖାନ୍ ସରୋଦ୍ ବାଦକ, ଡକ୍ଟର ଏମ ଏମ ପଲମ ରାଜୁ, ଭୁଟାନ ଏବଂ ସ୍ଲୋବେନିଆ ର ରାଜଦୂତ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦାନ କରିଥିଲେ।

ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଶାସ୍ତ୍ରୀୟ ପ୍ରଦର୍ଶନ କଳାର ଭବିଷ୍ୟ ନେଇ ଏକ ପ୍ୟାନେଲ ଆଲୋଚନା । ଏହି ପ୍ୟାନେଲ ଆଲୋଚନାରେ ଗୁରୁ ଶୋବନା ନାରାୟଣ, ଗୁରୁ ଶେରନ୍ ଲୋବେନ୍, ଗୁରୁ ଗୀତା ଚନ୍ଦ୍ରନ୍, ଗୁରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ରୋଜାଲିନ ପାଟ୍ଟଶାଣୀ, ସାଧନା ଶ୍ରୀବାସ୍ତବଙ୍କ ସମେତ ବହୁ ବିଶିଷ୍ଟ କଳାକାର ଭାଗ ନେଇଥିଲେ। ସାଂସ୍କୃତିକ ସଂରକ୍ଷଣ ପାଇଁ ପରିଚୟ ଫାଉଣ୍ଡେସନ ଉତ୍ସର୍ଗୀକୃତ ହୋଇଥିବା ବେଳେ ଶାସ୍ତ୍ରୀୟ କଳାକୁ ବଜାୟ ରଖିବାରେ ଗୁରୁ-ଶିଷ୍ୟ ପରମ୍ପରାର ଗୁରୁତ୍ୱ ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଭାରତୀୟ କଳା ସଂସ୍କୃତି ପ୍ରତି ସମର୍ପିତ କୋରାପୁଟ ଜିଲ୍ଲା ଜୟପୁର ଝିଅ ଡକ୍ଟର ଚନ୍ଦନା ରାଉଳ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ | ଏବେ ଝିଅ ଚନ୍ଦନାଙ୍କୁ ଏଭଳି ସମ୍ମାନଜନକ ପୁରସ୍କାର ମିଳିଥିବାରୁ କୋରାପୁଟ ଜିଲ୍ଲା, ଓଡ଼ିଶା ଏବଂ ଦେଶ ବିଦେଶର କୋଣ ଅନୁକୋଣରୁ ଅଜସ୍ର ପ୍ରଶଂସା ଓ ଅଭିନନ୍ଦନର ବାର୍ତ୍ତା ଆସିବାରେ ଲାଗିଛି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *