ବୋରିଗୁମ୍ମା ରେ ବ୍ଳକ ସ୍ତରୀୟ ପରବ -୨୦୨୪ ଅନୁଷ୍ଠିତ

Spread the love

ବୋରିଗୁମ୍ମା ରେ ବ୍ଳକ ସ୍ତରୀୟ ପରବ -୨୦୨୪ ଅନୁଷ୍ଠିତ

ବୋରିଗୁମ୍ମା : ବୋରିଗୁମ୍ମା ବ୍ଲକ ସ୍ତରୀୟ ପରବ-୨୦୨୪ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା।ବୋରିଗୁମ୍ମା ଅଞ୍ଚଳ ର ଆରାଧ୍ୟ ଦେବତା ଭୈରବ ମନ୍ଦିର ରେ ପାରମ୍ପରିକ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରା ବାହାରିଥିଲା।ଭୈରବ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ମଶାଲ କୁ ନେଇ ସହର ପରିକ୍ରମା କରି ସ୍ଥାନୀୟ ମିନି ଷ୍ଟାଡିୟମରେ ପହଞ୍ଚିଥିଲେ।ପାରମ୍ପରିକ ନୃତ୍ୟର ତାଳେ ତାଳେ ମିନି ଷ୍ଟାଡିୟମ ରେ ମଶାଲ ଅଣାଯାଇଥିଲା ।

ପରବ ପତାକା ଅତିଥି ମାନେ ଉତ୍ତୋଳନ କରି ପରବର ଶୁଭାରମ୍ଭ କରିଥିଲେ ।ବ୍ଳକ ବିଡିଓ ସନ୍ଧ୍ୟା ସମରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବ୍ଳକ ସ୍ତରୀୟ ପରବ-୨୦୨୪ ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋଟପାଡ଼ ବିଧାୟକ ରୁପୁ ଭତରା ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।

ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ନୃତ୍ୟ ପରିବେଷଣ ପରେ ଅନୁଷ୍ଠାନିକ ଭାବେ ପରବ ଆରମ୍ଭ ହୋଇଥିଲା।ବିଡିଓ ସନ୍ଧ୍ୟା ସମରଥ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ପରବ ହେଉଛି କୋରାପୁଟିଆ ଙ୍କ ଗର୍ବ ଓ ଗୌରବ।ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭା କୁ ଅନ୍ୱେଷଣ କରିବା ପରବ ର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥି ମାନେ ନିଜ ଅଭିଭାଷଣ ରେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ପ୍ରତିନିଧି, କୋରାପୁଟ ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଢ଼ୀ,. ବ୍ଲକ ଉପଦକ୍ଷା ରାଧାକାନ୍ତସାମନ୍ତରାୟ. ଓକିଲ ସଙ୍ଘ ସଭାପତି ନାଗରାଜ ଦୋରା ଜିଲ୍ଲା ପରିଷଦ ପ୍ରସାଦ ବିଡିକା, ଏସ୍ଡିପିଓ ତପସ୍ୱିନୀ କହଁର, ସ୍ଥାନୀୟ ତହସିଲଦାର,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା,ପ୍ରମୁଖ ମଞ୍ଚାସିନ ଥିଲେ। ଦିନ କୁ ଦିନ ବୋରିଗୁମ୍ମା ରେ ପ୍ରଶାସନ ତରଫରୁ ହେଉଥିବା ପରବ ଫିକା ପଡିବାରେ ଲାଗିଛି।ଏହା ସରକାରୀ ପରବ ଯୋଗୁଁ ସ୍ଥାନୀୟ ଆଦିବାସୀ ଙ୍କ ଦେଖା ନ ଥିଲା।କେବଳ ବ୍ଳକ ର ପ୍ରଶାସନିକ କର୍ମଚାରୀ ମାନଙ୍କ ସହ କିଛି ଲୋକ ପ୍ରତିନିଧି ମାନେ ବ୍ଳକ ସ୍ତରୀୟ ପରବ ରେ ଉତ୍ସବ ରେ ଯୋଗ ଦେଇଥିଲେ

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *