
କୋରାପୁଟ ସେପ୍ଟେମ୍ବର ୬(ପ୍ରତିନିଧି): ଅଭିବ୍ୟକ୍ତି କୋରାପୁଟ ଜିଲ୍ଲାର ମାଲକାନଗିରି, ସୀମାନ୍ତ
ଛତିଶଗଡ଼ର ନାରାୟଣପୁର-ଦନ୍ତେୱାଡା ସୀମାରେ ଆଜି ସକାଳୁ ଘଟିଥିବା ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ମୃତାଙ୍କୁ ବିମଳା ସୋଡ଼ି ବୋଲି ପରିଚୟ କରାଯାଇଛି। ସରକାର ତାଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।
ବିମଳା, ପ୍ଲାଟୁନ୍ ନମ୍ବର–୧୬ର କମାଣ୍ଡର ଥିଲେ। ସୂଚନାର ଆଧାରରେ ଡିଆରଜି ଏବଂ ଏସଟିଏଫ ଯବାନ ଆବୁଝମାଡ଼ ଜଙ୍ଗଲରେ ଅଭିଯାନ କରୁଥିବା ବେଳେ ନକ୍ସଲମାନେ ଗୁଳି ଚଳାଇଥିଲେ। ପାଲଟା ଜବାବରେ ହୋଇଥିବା ଗୁଳିବିନିମୟରେ ବିମଳା ମୃତ୍ୟୁବରଣ କରିଥିଲେ।
ଘଟଣାସ୍ଥଳରୁ ୩୦୩ ରାଇଫଲ, ୩୧୫ ରାଇଫଲ, ୨ଟି ବିଏଲଜି ଲଞ୍ଚର, ୫ଟି ବିଏଲଜି ସେଲ, ୧୯ କିଲୋ ବିସ୍ଫୋରକ, ଜିଲୋଟିନ୍, ରେଡିଓ ସେଟ୍ ଏବଂ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।
ପୁଲିସ କହିଛି, ସ୍ଥଳରେ ବହୁତ ରକ୍ତ ଚିହ୍ନ ମିଳିଥିବାରୁ ଅନ୍ୟାନ୍ୟ ନକ୍ସଲମାନେ ମଧ୍ୟ ଆହତ ହୋଇଥିବା ସମ୍ଭାବନା। ବର୍ତ୍ତମାନ “ଅପରେସନ୍ ୨୦୨୬ ” ଅନ୍ତର୍ଗତରେ ଯବାନମାନେ ମନସୁନ୍ ପରେ ନକ୍ସଲ ଦମନ ଅଭିଯାନକୁ ଆହୁରି ତିବ୍ର କରିଛନ୍ତି।