କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ
କୋରାପୁଟ କଫି ପିଇ ସନ୍ତୋଷବ୍ୟକ୍ତ କଲେ ରାଜ୍ୟପାଳ

Spread the love

କୋରାପୁଟ,୮।୯ ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତରେ ଆଜି ଆସି ପହଞ୍ଚିଛନ୍ତି। ଜୟପୁର ବିମାନ ବନ୍ଦର ପହଞ୍ଚିବା ପରେ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜୟପୁର ବିମାନ ବନ୍ଦରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଏସପି ରୋହିତ ବର୍ମା,ଉପ ଜିଲ୍ଲାପାଳ ଜୟପୁର ଆକ୍କାଭରମ ଶଶ୍ୟା ରେଡ଼ି ଉପସ୍ଥିତ ରହିଥିଲେ। ପରେ କୋରାପୁଟ କଫି ବୋର୍ଡ଼ରେ ପହଞ୍ଚି କଫି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ବିଶ୍ବ ଦରବାରରେ କୋରାପୁଟ କଫି ସ୍ଵତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା ବେଳେ କୋରାପୁଟ ଜିଲ୍ଲାରେ ୯୦ ପ୍ରତିଶତ ଅଞ୍ଚଳରେ କଫି ଚାଷ ହେଉଛି। କୋରାପୁଟ ଜିଲ୍ଲାରେ କଫି ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଆଦିବାସୀ ଚାଷୀ। ଆଗକୁ କୋରାପୁଟ କଫି ବଜାରକୁ କିଭଳି ବ୍ୟାପକ କରାଯିବ ସେନେଇ ଅଧିକାରୀ ମାନଙ୍କ ଆଲୋଚନା କରିଥିଲେ।

କୋରାପୁଟ କଫି ବୋର୍ଡ଼ରେ ବୁଲି କଫି ଗଛ ଦେଖିବା ସହ କୋରାପୁଟ କଫିର ସ୍ଵାଦର ମଜା ନେଇଥିଲେ ରାଜ୍ୟପାଳ। ପରେ କୋରାପୁଟ ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଦାମନଯୋଡି ନାଲକୋ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ନାଲକୋ ନବରତ୍ନ ଠାରୁ ମହା ରତ୍ନ ରେ ରୁପାନ୍ତରିତ ହେବାକୁ ପ୍ରସ୍ତୁତି ହେଉଥିବା ବେଳେ ଏହାର ସ୍ଥିତି ପଚାରି ବୁଝିବା ସହ ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତିକରଣ ପଚାରି ବୁଝିଥିଲେ। ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷେଜ ମହାବିଦ୍ୟାଳୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସ୍ଵାସ୍ଥ୍ୟ ସେବା ଓ ଭିତ୍ତିଭୂମି ପଚାରି ବୁଝିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲା ସହିଦ୍ ଲକ୍ଷ୍ମଣ ନାୟକ ଭେଷେଜ ମହାବିଦ୍ୟାଳୟ ନିର୍ଭରଶୀଳ ଥିବା ବେଳେ ଏହାର ଭିତିଭୂମି ସୁଦୃଢ଼ ସହ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଏକମାତ୍ର ଲକ୍ଷ୍ୟ ରଖିବାର ଆବଶ୍ୟକତା ଥିବା କହିଛନ୍ତି ମହାମହିମ ରାଜ୍ୟପାଳ। ପରେ କୋଟସ ଅଧିକାରୀ ମାନଙ୍କ ସହ ବୈଠକ କରିଥିଲେ। ସିଡ ରାଣୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଓ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକାଙ୍କ ସହ ଆଲୋଚନା କରିଥିଲେ ଏଥି ସହ ମୁଦ୍ରା ହିତାଧୀକାରୀ ଏବଂ ଭାରତୀୟ ରେଡକ୍ରସ ସୋସାଇଟିର ଅଧିକାରୀ ମାନଙ୍କ ସହ ଆଲୋଚନା କରଥିଲେ । ସଂନ୍ଧ୍ୟାରେ ମହାମହିମ ରାଜ୍ୟପାଳ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ପୁଜାର୍ଚ୍ଚନା କରିବା ପରେ ବେଢ଼ା ପରିଦର୍ଶନ କରିଥିଲେ।କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା,ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କଫି ବୋର୍ଡ ବରିଷ୍ଠ ସମ୍ପର୍କ ଅଧିକାରୀ ଉପେନ୍ଦ୍ର କୁମାର ସାହା,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ସ୍ଥାନୀୟ ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟଳୟ ରେ ଅନୁଷ୍ଠାନ ସ୍ତରୀୟ ଇନୋଭେଶନ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି

    Spread the love

    Spread the loveକୋରାପୁଟ: ସ୍ଥାନୀୟ ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟଳୟ ରେ ଅନୁଷ୍ଠାନ ସ୍ତରୀୟ ଇନୋଭେଶନ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା,…

    କୋରାପୁଟ ଠାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ବ୍ଳକ୍ ମାଷ୍ଟର ଟ୍ରେନର ମାନଙ୍କର ୩ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି ।

    Spread the love

    Spread the love କୋରାପୁଟ ଠାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ବ୍ଳକ୍ ମାଷ୍ଟର ଟ୍ରେନର ମାନଙ୍କର ୩ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ କୁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ରୁ କୋରାପୁଟ ଜିଲ୍ଲା…

    Leave a Reply

    Your email address will not be published. Required fields are marked *