ସ୍ଥାନୀୟ ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟଳୟ ରେ ଅନୁଷ୍ଠାନ ସ୍ତରୀୟ ଇନୋଭେଶନ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି

Spread the love

କୋରାପୁଟ: ସ୍ଥାନୀୟ ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟଳୟ ରେ ଅନୁଷ୍ଠାନ ସ୍ତରୀୟ ଇନୋଭେଶନ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ନବୋନ୍ମେଷ ଓ ଉଦ୍ୟମିତା ଭାବନାକୁ ପ୍ରୋତ୍ସାହନ ଦେବା ପାଇଁ ବହୁ-ସ୍ତରୀୟ ଇନୋଭେଶନ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ଆୟୋଜନ କରିବା କୁ ଅଭିନବ ପଦକ୍ଷେପ ନେଇଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ସମସ୍ୟାର ସମାଧାନ, ଦୈନିକ ଜୀବନ ଓ ବ୍ୟବସାୟ ପ୍ରକ୍ରିୟାକୁ ସହଜ କରିବା, ତଥା ଉଦ୍ୟମୀ କୌଶଳ ବିକାଶ ସହିତ ଆର୍ଥିକ ସହାୟତା ଯୋଗାଇ ଅଞ୍ଚଳୀୟ ଓ କ୍ଷେତ୍ରୀୟ ଉନ୍ନତି ସାଧନ କରିବା। ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ l କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଷ୍ଟାର୍ଟ-ଅପ୍ ଏବଂ ବ୍ୟବସାୟ ପ୍ରତି ଧାରଣା ଜନ୍ମାଇବା  ସହିତ – ସେମାନଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ଭାବନା ଥିବା ପ୍ରସ୍ତାବ ଗୁଡିକ ଲୋକ ଲୋଚନକୁ ଆଣି ପାରିବେ ଏବଂ ସେମାନଙ୍କ ମଧ୍ୟରେ  ଏକ  ସଫଳ ଉଦ୍ୟମୀ ହୋଇ ପାରିବେ l ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ୧୨ ଟି ଦଳ ଅଂଶଗ୍ରହଣ କରିଥିଲେ l ସେଥିମଧ୍ୟରୁ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର  ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରିଭାବରେ ବହୁଭାଷୀ ଶିକ୍ଷା ପ୍ରଦାନକାରୀ ମୋବାଇଲ ଆପ୍ଲିକେସନ ତିଆରି କରି ହେବ ସେ  ଷ୍ଟାର୍ଟ-ଅପ୍ ସବୁଠୁ ଶ୍ରେଷ୍ଠ ବିବେଚିତ ହୋଇଥିଲା l  ସ୍ଥାନୀୟ  ପିଲା  ମାନଂକୁ କିପରି ଭାବରେ ସର୍ବନିମ୍ନ ମୂଲ୍ୟ  ରେ  କୋଚିଂ   ଯୋଗାଇଦେଇ ହେବ ସେ  ଷ୍ଟାର୍ଟ-ଅଫ ଦିତୀୟ ସ୍ଥାନ ଅଧିକାର କରିଥିବା ବେଳେ  କଳା ଜିରା ଧାନ ରୁ ବିଭିନ୍ନ ପ୍ରକାର ଉତ୍ପାଦ ବାହର କରିହେବ ତୃତୀୟ ସ୍ଥାନ ଅଧିକାର କରିଥିଲା l ଏହି କାର୍ଯ୍ୟ କ୍ରମରେ  ଶ୍ରୀ ରୋସନ କୁମାର କାର୍ତିକ, ମୁଖ୍ୟ ନିର୍ବାହୀ ଅଧିକାରୀ,  ORMAS ନବରଙ୍ଗପୁର ବିଶେଷଜ୍ଞ ଏବଂ ମୁଖ୍ୟ  ଅତିଥି ଭାବେ ଆସି ସମସ୍ତ ପ୍ରତିଯୋଗୀ ଙ୍କୁ ମୂଲ୍ୟାୟନ କରିଥିଲେ ଓ ଅଭିବକ୍ତ କୋରାପୁଟ ର ଥିବା ବିଭିନ୍ନ ପ୍ରାକୃତିକ ସମ୍ପଦ କୁ ନେଇ କିପରି  ଭାବରେ ସର୍ବତମ ଉତ୍ପାଦ ବାହାର କରିହେବ  ସେ ବିଷୟରେ ଦିଗଦର୍ଶନ ଦେଇଥିଲେ  l ସର୍ବମୋଟ 12 ଟି ଗ୍ରୁପ ରୁ 3 ଟି ଗ୍ରୁପ କୁ ଶ୍ରେଷ୍ଠ ଗ୍ରୁପ ଭାବେ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଚୟନ କରାଯାଇଥିଲା l  ଏହି କାର୍ଯ୍ୟକ୍ରମ କଲେଜ ଅଧକ୍ଷ ପ୍ରୋଫେସର ଡ. ଦେବେନ୍ଦ୍ର କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀମତୀ ଝରଣା ସାହୁ ଏବଂ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତନ୍ତୀ ସହକାରୀ ପ୍ରଧ୍ୟାପକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l କଲେଜ ର ସମସ୍ତ ଅଧ୍ୟାପକ ଏବଂ  ଅଧ୍ୟାପିକା ଛାତ୍ର ଛାତ୍ରୀ ଷ୍ଟାର୍ଟପ ଗ୍ରୁପ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l

  • Related Posts

    କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ
    କୋରାପୁଟ କଫି ପିଇ ସନ୍ତୋଷବ୍ୟକ୍ତ କଲେ ରାଜ୍ୟପାଳ

    Spread the love

    Spread the loveକୋରାପୁଟ,୮।୯ ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତରେ ଆଜି ଆସି ପହଞ୍ଚିଛନ୍ତି। ଜୟପୁର ବିମାନ ବନ୍ଦର ପହଞ୍ଚିବା ପରେ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜୟପୁର ବିମାନ…

    କୋରାପୁଟ ଠାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ବ୍ଳକ୍ ମାଷ୍ଟର ଟ୍ରେନର ମାନଙ୍କର ୩ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି ।

    Spread the love

    Spread the love କୋରାପୁଟ ଠାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ବ୍ଳକ୍ ମାଷ୍ଟର ଟ୍ରେନର ମାନଙ୍କର ୩ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ କୁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ରୁ କୋରାପୁଟ ଜିଲ୍ଲା…

    Leave a Reply

    Your email address will not be published. Required fields are marked *