ଅସହାୟତା ବିଧବା ବୃଦ୍ଧା ମହିଳାଙ୍କ ଦୁଃଖ ସରକାର ବୁଝିବେ କେବେ ।

Spread the love

ଅସହାୟତା ବିଧବା ବୃଦ୍ଧା ମହିଳାଙ୍କ ଦୁଃଖ ସରକାର ବୁଝିବେ କେବେ ।

ବୈପାରୀଗୁଡା : ରାଜ୍ୟ ସରକାର ଆଦିବାସୀ ଅଦୁଷିତ ଅଞ୍ଚଳର ଗରିବ ଲୋକଙ୍କ ବିକାଶ ଓ ଶୁ ପରିଚାଳିତ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବୃଦ୍ଧା ମାନଙ୍କ ପାଇଁ ଭତା ଏହି ପରି ବିବିନ୍ନ ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ସଦର ପଞ୍ଚାୟତର ଧୌଡ଼ାଗୁଡା ଗାଁ ର ବିଧବା ବୃଦ୍ଧା ରହିଲାଙ୍କ ପାଇଁ ଏସବୁ ଯୋଜନା ସାତ ସପନ । ସମସ୍ତ ପ୍ରକାର ସରକାରଙ୍କ ମୌଳିକ ଯୋଜନା ପାହିବାରୁ ବଞ୍ଚିତ ରହିଲା ଖରା । ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା ସରକାର ପକ୍ଷରୁ କରାଯାଇଛି କିନ୍ତୁ ସ୍ଥାନୀୟ ପ୍ରଶାସନ ର ଅବହେଳା ଯୋଗୁ ସରକାରଙ୍କ ଯୋଜନାରୁ ବଞ୍ଚିତ ବୃଦ୍ଧା ମହିଳା । ଏହି ପରି ହୃଦୟକୁ ବିଚଳିତ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ସଦର ପଞ୍ଚାୟତ ଧୋଉଡାଗୁଡା ଗାଁ ରେ ।ସତରେ ଭଗବାନ ବି ଏତେ ନିର୍ଦୟ, ଦିନେ ରହିଲା ଖରା ନିଜ ସ୍ୱାମୀ ଓ ପରିବାର ଙ୍କୁ ନେଇ ବହୁତ ଖୁସିରେ ଜୀବନଜାପନ କରିଆସୁଥିଲେ କିନ୍ତୁ ଭାଗ୍ୟରେ ଆଉ କିଛି ଅଲଗା ଥିଲା 20ବର୍ଷ ପୂର୍ବେ ସ୍ୱାମୀ କୌଣସି ରୋଗରେ ପଡି ଶଯ୍ୟାଶାୟୀ ହୋଇଗଲେ ଚିକିତ୍ସା ପାଇଁ ଅର୍ଥର ଅଭାବ ଯୋଗୁ ସ୍ୱାମୀଙ୍କ ମୁର୍ତ୍ୟୁ ଘଟିଥିଲା ଓ ରହିଲାଙ୍କ ଜୀବନରେ ସତେ ଯେମିତି ଦୁଃଖର ପାହାଡ ଖସି ପଡିଲା ପରି ଏପର୍ଯ୍ୟନ୍ତ ଦୁଃଖ ଉପରେ ଦୁଃଖ । ସ୍ୱାମୀଙ୍କ ମୁର୍ତ୍ୟୁ ପରେ ନିଜ ପୁଅ ମାନେ ଘରୁ ବାହାର କରିଦେଲେ ପରେ ଅସହାୟ ବିଧବା ବୃଦ୍ଧା ଗାଁ ଲୋକଙ୍କ ସାହାର୍ଯ୍ୟ ରେ ଏକ ଝୁପୁଡି କୁଡ଼ିଆ ରେ ଦୀର୍ଘ ୧୫ବର୍ଷ ହବ ବାସ କରି ଆସୁଛନ୍ତି। ହେଲେ କୌଣସି ପ୍ରକାର ସରକାରୀ ସୁବିଧା ଏପର୍ଯ୍ୟନ୍ତ ପାହିପାରି ନାହାନ୍ତି ରହିଲା । ନିଜ ହକ ଥିବା ବିଧବା ଭତା ଆଉ ଆବାସ ଘର ଟିକେ ପାଇଁ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହେଲା ପରେ ମଧ୍ୟ ବୈପାରୀଗୁଡା ପ୍ରଶାସନ ଏହି ବିଧବା ବୃଦ୍ଧା ଙ୍କୁ ଭତା ଯୋଜନାରେ ଅନ୍ତର୍ଭୁକ୍ତ କରିପାରିଲା ନାହିଁ । ଶେଷରେ ନିଜ ପେଟକୁ ଦୁଇମୁଠା ଦାନା ଯୋଗେଇବାକୁ ଏହି ଅପରାହ୍ନ ବୟସରେ ବିଧବା ରହିଲା ଖରା ଗାଁ ର ସାଇପଡିସା ଘରେ ବାସନ ସଫା କରି ଖାଇବା ମାଗି ଖାଉଛନ୍ତି । ଏହି ଅସହାୟ ବୃଦ୍ଧାକୁ ତୁରନ୍ତ ସରକାରୀ ସୁବିଧା ଜଗେଇବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏସମ୍ପର୍କରେ ବୈପାରୀଗୁଡା ପଞ୍ଚାୟତ ସରପଞ୍ଚ ଙ୍କୁ ପଚାରିବାରୁ ସେ ଯଥାଶୀଘ୍ର ଏହାର ପଦକ୍ଷେପ ନେବି ବୋଲି ପ୍ରକାଶ କରିଛନ୍ତି ।ସରପଞ୍ଚ ସୂର୍ଯ୍ୟ ମଣି ନାୟକ, ବୈପାରୀଗୁଡା ସରପଞ୍ଚ ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *