ବିଜେପି ର ରାଜ୍ୟ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

Spread the love

ଆମ ସମ୍ବିଧାନ, ଆମ ସ୍ୱାଭିମାନ ।

ଭୁବନେଶ୍ୱର, ୨୬/୧୧: ସମ୍ବିଧାନ ଦିବସ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ପ୍ରକୋଷ୍ଟ ଓ ଲିଗାଲ ସେଲ୍ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉଦ୍‌ଘାଟନ କରି କହିଥିଲେ ଯେ, ଭାରତୀୟ ସମ୍ବିଧାନ ଆମ ଦେଶର ଶାସନ ପ୍ରଣାଳୀକୁ ସରଳ କରିବା ସହ ସର୍ବବ୍ୟାପୀ ତଥା ସମସ୍ତ ନାଗରିକଙ୍କୁ ଆଇନଗତ ଅଧିକାର ପ୍ରଦାନ କରିଛି ।
ଆମ ସମ୍ବିଧାନ, ଆମ ସ୍ୱାଭିମାନ । ଏହି ଅବସରରେ ଶ୍ରୀ ସାମଲ ଭାରତ ସମ୍ବିଧାନ ପ୍ରସ୍ତାବନାକୁ ଶପଥ କରାଇଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ କଂଗ୍ରେସ ସରକାର ସମୟରେ ସମ୍ବିଧାନର କାର୍ଯ୍ୟକାରିତାରେ ଅନେକ ତ୍ରୁଟି କରିବା ସହ ନିଜ ଦଳର ରାଜନୈତିକ ସ୍ୱାର୍ଥ ପାଇଁ ସମ୍ବିଧାନକୁ ବଦଳାଇବା ଏବଂ ଅପବ୍ୟବହାର କରିଥିଲେ ବୋଲି କହିଛନ୍ତି ।
ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ସୁଦର୍ଶନ ନାୟକ ଉପସ୍ଥାପନା କରିବା ପରେ ଅନ୍ୟତମ ବକ୍ତା କେନ୍ଦ୍ର ସରକାରଙ୍କ ଷ୍ଟାଡିଂ କାଉନ୍‌ସିଲ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ବିଧାୟକ ଅଗସ୍ତି ବେହେରା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରବିଶଂକର ପଟ୍ଟନାୟକ ପ୍ରମୁଖ ଅଭିଭାଷଣ ରଖିଥିଲେ ।
  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *