ଜୟପୁର ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳନ l

Spread the love

ଜୟପୁର ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳନ

କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ

ଜୟପୁର ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳନ, ଏହି ଅବସରରେ ଆଜି ଜିଲ୍ଲା ନ୍ୟାୟାଳୟ, ଜୟପୁର ପରିସର ରେ ଜିଲ୍ଲା ଆଇନସେବା ପ୍ରାଧିକରଣ, କର୍ମଚାରୀ, ଜିଲ୍ଲା କୋର୍ଟ କର୍ମଚାରୀ, ଏବଂ ଜୟପୁର ବାର ଆସସେସନ ର ଆଇନଜୀବି ବୃନ୍ଦ ଙ୍କୁ ନେଇ ଜିଲ୍ଲା ଜଜ୍ ତଥା ଅଧକ୍ଷ୍ୟ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜୟପୁର ଶ୍ରୀ ପ୍ରଦୀପ କୁମାର ମହନ୍ତ ଙ୍କ ତତ୍ତ୍ବାବଧାନରେ ସମ୍ବାଧାନର ଆଭିମୂଖ୍ୟ ପଠନ କରାଯାଇଥିଲା। ଏହା ବ୍ୟତିତ ଅନ୍ୟ ବିଚାରପତିମାନଙ୍କ ମଧ୍ୟରେ ସ୍ବତନ୍ତ୍ର ବିଚାରପତି ଭିଜିଲାନ୍ସ ଶ୍ରୀ ରାଜେଶ ଏକ୍କା, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ବିଦ୍ୟାଧର ପୃଷ୍ଟି, ଅତିରିକ୍ତ ଜିଲ୍ଲାଜଜ୍ ତଥା ସ୍ପେସିଆଲ ଜଜ୍ ପୋକ୍ସ କୋର୍ଟ ଶ୍ରୀ ସି.ଏଚ୍ ବାସୁଦେବ ପାତ୍ର, ସି.ଜେ.ଏମ, ଶ୍ରୀମତି ସଂଘମିତ୍ରା ଦାସ, ବରିଷ୍ଠ ଦେୱନୀ ବିଚାରପତି ଶ୍ରୀ ସ୍ବଂୟପ୍ରକାଶ ଦାସ, ବରିଷ୍ଠ ଦେୱନୀ ବିଚାରପତି ତଥା ମହିଳା କୋର୍ଟ ବିଚାରପତି ଶ୍ରୀମତୀ ଆଲକାନନ୍ଦ ମହାନ୍ତି, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀ ବିଷ୍ଣୁପ୍ରସାଦ ଦେବତା, ସଚିବ ତଥା ବିଚାରପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ସୁମନ ଜେନା, ଏସ.ଡି.ଜେ.ଏମ, ଶ୍ରୀ ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଅନିମେଶ ଜେନା ଉପସ୍ଥିତିରେ ସମ୍ବିଧାନର ଆଭିମୂଖ୍ୟ ପଠନ କରାଯାଇ ଥିଲା ଏହାପରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଜୟପୁର ସଭାଗୃହ ଠାରେ ସମ୍ବିଧାନ ଦିବସ ଉପଲକ୍ଷେ ଜୟପୁର ବାର ର ଆଇନଜିବୀ ଏବଂ ଜିଲ୍ଲା ନ୍ୟାୟାଳୟ ର କର୍ମଚାରୀ ମାନଙ୍କୁ ନେଇ ସେମିନାର ଅନୁଷ୍ଠିତ କରାଯାଇଥିଲା।

ଏହି ସେମିନାର ରେ ଅଂଶଗ୍ରହଣ କରି ଜିଲ୍ଲା ଜଜ୍ ତଥା ଅଧକ୍ଷ ଜିଲ୍ଲା ଆଇନସେବା ପ୍ରାଧିକରଣ, ଶ୍ରୀ ପ୍ରଦୀପ କୁମାର ମହନ୍ତ, ସ୍ବତନ୍ତ୍ର ବିଚାରପତି ଭିଜିଲାନ୍ସ ଶ୍ରୀ ରାଜେଶ ଏକ୍କା, ବରିଷ୍ଠ ଦେୱନୀ ବିଚାରପତି ଶ୍ରୀ ସ୍ବଂୟପ୍ରକାଶ ଦାସ,ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀ ବିଷ୍ଣୁପ୍ରସାଦ ଦେବତା, ସଚିବ ତଥା ବିଚାରପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ସୁମନ ଜେନା, ଏବଂ ଜୟପୁର ଆଇନ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ଚକ୍ରଧର ପାଣି କହିଥିଲେ ଯେ ଭାରତର ସମ୍ବିଧାନ ଗ୍ରହଣକୁ ସ୍ମରଣୀୟ କରିବା ପାଇଁ ଆମ ଦେଶରେ ପ୍ରତିବର୍ଷ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ନାମରେ ମଧ୍ୟ ଜଣାଶୁଣା | ୨୬ ନଭେମ୍ବର ୧୯୪୯ ରେ, ଭାରତର ବିଧାନସଭା ଭାରତର ସମ୍ବିଧାନ ଗ୍ରହଣ କଲା, ଯାହା ୨୬ ଜାନୁୟାରୀ ୧୯୫୦ ରୁ କାର୍ଯ୍ୟକାରୀ ହେଲା। ଭାରତର ସମ୍ବିଧାନ ଗ୍ରହଣକୁ ପାଳନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୬ ରେ ସମ୍ବିଧାନ ଦିବସ ବା ‘ସମ୍ବିଧାନ ଦିବସ’ ପାଳନ କରାଯାଏ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *