ଟ୍ରାକ୍ଟର ଓଲଟି ଯୁବକ ମୃତ, ପୋଲିସ ଗାଡି ସାଜିଲା ଶବବାହକ ଗାଡି

Spread the love

ଟ୍ରାକ୍ଟର ଓଲଟି ଯୁବକ ମୃତ, ପୋଲିସ ଗାଡି ସାଜିଲା ଶବବାହକ ଗାଡି ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ମାନିଗାଁ- ରାଉଲିଗୁଡା ରାସ୍ତାର ଜଙ୍ଗଲ ପାଖରେ ଟ୍ରାକ୍ଟର ଓଲଟି ଜଣେ ଯୁବକର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ବୁଧବାର ସନ୍ଧ୍ୟା ୫ ଘ. ସମୟରେ ଡାବୁଗାଁ ଥାନା ଅଧୀନ ମାନିଗାଁ- ରାଉଲିଗୁଡା ରାସ୍ତାରେ ରାଉଲିଗୁଡା ଗ୍ରାମ ଆଡୁ ଏକ ଟ୍ରାକ୍ଟର ହଳ କରି ମାନିଗାଁ କୁ ଫେରୁଥିବା ସମୟରେ ଜଙ୍ଗଲ ନିକଟରେ ଟ୍ରାକ୍ଟର ଇଞ୍ଜିନର ଡାହାଣ ପାଖ ଆଗ ଚକା ହଠାତ ବାହାରି ଯିବାରୁ ଟ୍ରାକ୍ଟର ରାସ୍ତା କଡକୁ ଓଲଟି ପଡିଥିଲା | ଯାହା ଫଳରେ ଟ୍ରାକ୍ଟର ଚାଳକ ମାନିଗାଁ ଗ୍ରାମର ରୁନା ବାଗ (୧୮) ଗାଡି ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ | ପାଖରେ ଥିବା ସ୍ଥାନୀୟ ଲୋକେ ପହଞ୍ଚି ଗାଡିକୁ ଉଠାଇଥିଲେ | ଗାଡି ଚାଳକ ରୁନା ବାଗଙ୍କ ମୃତ ଦେହ ଉଦ୍ଧାର କରିଥିଲେ | ଖବରପାଇ ମୃତକର ପିତା ପ୍ରଭୂଦାଶ ବାଗ ଘଟଣାସ୍ଥଳରେ ପହଞ୍ଚି ପୁଅର ଶବକୁ ନିଜ ଘରକୁ ନେଇଯାଇଥିଲେ | ଖବରପାଇ ଡାବୁଗାଁ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ମହାପ୍ରୟାଣ ଗାଡି ନଥିବାରୁ ପୋଲିସ ଗାଡିରେ ଶବ କୁ ଅଣାଯାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଏନେଇ ମୃତକ ଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇ ନାହିଁ | ଡାବୁଗାଁ ରେ ଥିବା ମହାପ୍ରୟାଣ ଗାଡି ଟି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଯାହାଦ୍ୱାରା ଡାବୁଗାଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତେଣୁ ଶୀଘ୍ର ମହାପ୍ରୟାଣ ଗାଡି ଡାବୁଗାଁକୁ ଫେରାଇ ଦିଆଯାଉ ବୋଲି ଜନସାଧାରଣରେ ଦୃଢ଼ ଦାବୀ ହେଉଛି | ପ୍ରକାଶ ଥାଉକି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଶବ ଗୃହ ନ ଥିବା ଯୋଗୁଁ ଶବ ବାରଣ୍ଡା ରେ ରହୁଛି, ଏଣୁ ଶବ ଗୃହ ର ଆବଶ୍ୟକତା ରହିଛି l ତୁରନ୍ତ ଶବ ଗୃହ ସ୍ଥାପନ ନିମନ୍ତେ ଜନସାଧାରଣରେ ଦାବୀ ହେଉଛି l

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *