ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୭ଟି ବୁଲେଟରୁ ଜୋରିମାନା ଓ ୯ ଜଣ ମଦ୍ୟପଙ୍କୁ ଥାନାରେ ଅଟକ l

Spread the love

ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୭ଟି ବୁଲେଟରୁ ଜୋରିମାନା ଓ ୯ ଜଣ ମଦ୍ୟପଙ୍କୁ ଥାନାରେ ଅଟକ l

ଜୟପୁର : ରୋଡ୍ ରୋମିଓକୁ ସାବାଡ କରିବା ପାଇଁ ଜୟପୁର ପୁଲିସର ବୁଲେଟ ଗାଡି ଉପରେ ଚଢଉ ଆଜି ମଧ୍ୟ ଜାରି ରହିଛି। ଏସଡିପିଓ ଅଙ୍କିତ ବର୍ମାଙ୍କ ନିର୍ଦ୍ଦେଶରେ ଚାଲିଥିବା ଯାଞ୍ଚରେ ବୁଲେଟରେ ଲାଗିଥିବା ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଚିହ୍ନଟ କରାଯାଇଥିଲା | ଟାଉନ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢଉ କରି ୮ଟି ବୁଲେଟକୁ କାବୁ କରି ୧୬ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ | ସର୍ବସାଧାରଣରେ ମଦ୍ୟପାନ କରାଯାଉଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହେଉଥିଲା ।

ଏନେଇ ଟାଉନ ଥାନା ପୁଲିସ ସହରର ବିଭିନ୍ନ ସ୍ଥାନରେ ମଦ ଦୋକାନ ଗୁଡିକରେ ଚଢ଼ଉ କରିଥିଲେ | ସର୍ବସାଧାରଣରେ ମଦ ଦୋକାନ ନିକଟରେ ମଦ୍ୟପାନ କରୁଥିବା ଯୁବକମାନଙ୍କ ଉପରେ ଚଢ଼ଉ କରି ୯ ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲେ | ସେମାନଙ୍କୁ ଥାନାରେ କିଛି ସମୟ ଅଟକ ରଖିବା ପରେ ସେମାନଙ୍କୁ ଏଭଳି ଦୋଷର ପୁଣି ଥରେ ପୁନରାବୃତ୍ତି ନ କରିବାକୁ ଚେତାବନୀ ଦେଇ ଛାଡ଼ି ଦିଆଯାଇଥିବା ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ ପ୍ରକାଶ କରିଛନ୍ତି।ବେପରୁଆ ଭାବରେ ମୋଟର ସାଇକେଲ ଚାଳନା ଓ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍‍ସର ଲଗାଇ ରାସ୍ତାରେ ବିକଟାଳ ଶବ୍ଦକରୁଥିବା ଚାଳକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରୁ ବାରମ୍ବାର ଦାବୀ ହେଉଥିଲା। ଟାଉନ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରୀ ରଖିଥିବାରୁ ଟାଉନ ଥାନା ଅଧିକାରୀଙ୍କୁ ବୁଦ୍ଧିଜୀବୀମାନେ ପ୍ରଶଂସା କରୁଛନ୍ତି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *