ପୁଣି ମାତିଲେ ବାଇକ୍ ଚୋର l

Spread the love

ପୁଣି ମାତିଲେ ବାଇକ୍ ଚୋର

ବୈପାରିଗୁଡ଼ା : ବୈପାରିଗୁଡ଼ାରେ କିଛି ଦିନର ନିରବତା ପରେ ପୁଣି ମାତିଲେଣି ବାଇକ୍ ଚୋରା ଗତକାଲି ରାତିରେ ଜି.ମାଝୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କଟ୍ରାଗୁଡ଼ା ଗ୍ରାମରେ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଏତଲା ହୋଇଛି। ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଡିଆମ୍ବ ଗ୍ରାମର ପତି ମାଣ୍ଡି (୩୦)ଙ୍କ ଶ୍ୱଶୁର କଟ୍ରାଗୁଡାରେ ରୁହନ୍ତି । ଗତକାଲି ପତିଙ୍କ ଶ୍ୱଶୁର କିଛି ଦିନ ଧରି ଅସୁସ୍ଥ ଥିବା ଖବର ପାଇ ନିଜ ସ୍ତ୍ରୀ ଏବଂ ଛୁଆକୁ ଧରି କଟ୍ରାଗୁଡ଼ା ପହଞ୍ଚିଥିଲେ। ଶ୍ଵଶୁରଙ୍କ ସ୍ଵାସ୍ଥ୍ୟବସ୍ଥା ଦେଖିବା ପରେ ଗତକାଲି ରାତିରେ କଟ୍ରାଗୁଡ଼ାରେ ରାତ୍ରିଯାପନ କରିଥିଲେ। ପରିବାର ଲୋକେ ସମସ୍ତେ ରାତ୍ରି ଭୋଜନ ସାରି ଶୋଇପଡ଼ିଥିଲେ। ଶୋଇବା ପୂର୍ବରୁ ତାଙ୍କ ବାଇକ୍ (ଓଡି- ୧୦କ୍ବ-୨୯୭୧)କୁ ଘର ଅଗଣାରେ ଚାବି ପକେଇ ରଖିଥିଲେ | ତାଙ୍କ ବାଇକ୍ ସହିତ ଅନ୍ୟ ଜଣଙ୍କ ବାଇକ୍ ମଧ୍ୟ ସେଠାରେ ରଖାଯାଇଥିଲା। ସକାଳୁ ଉଠି ତାଙ୍କ ବାଇକ୍ ଘର ଅଗଣାରେ ନଥିବା ଦେଖିବାକୁ ପାଇଥିଲେ | ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ବାଇକ୍ ପାଇନଥିଲେ । ଚୋରି ହୋଇଥିବା ଜାଣି ବୈପାରିଗୁଡ଼ା ଥାନାରେ ଏତଲା ଦେଇଛନ୍ତି ପତି ମାଣ୍ଡି। ସୂଚନାଯୋଗ୍ୟ ଯେ, ଚଳିତ ମାସ ୧ ତାରିଖ ଦିନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଜଣେ ବାଇକ୍ ଚୋରି କରି ନେଉଥିବା ବେଳେ ଚୋରକୁ ଗ୍ରାମବାସୀ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ । ପତି ମାଣ୍ଡିଙ୍କ ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ.

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *