ପରବ 2024 ଉପଲକ୍ଷେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗୀତା

Spread the love

ପରବ 2024 ଉପଲକ୍ଷେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗୀତା

ଅଦ୍ୟ ତା. 06.12.2024 ରିଖ ଦିନ ପରବ-2024 ଉପଲକ୍ଷେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗୀତା ଜୟପୁରସ୍ଥ କ୍ରୀଡା କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଯ଼ାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କୋରାପୁଟ ଯୋଗଦାନ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ, କୋରାପୁଟ ଶ୍ରୀ ବେଣୁଧର ଶବର, ଏବଂ ଉପଜିଲ୍ଲାପାଳ, ଜୟପୁର ଏ. ସଶ୍ୟା ଡେଡ୍ଡି ଯୋଗଦାନ କରିଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ଦେବେନ୍ଦ୍ର କୁମାର ରାଉତ, ଡେପୁଟି କଲେକ୍ଟର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ, ଡଃ. ଦେବାସିଶ ଗୌଡ, ବ୍ଲକ ଉନ୍ନୟନ ଅଧିକାରୀ, କୋରାପୁଟ, ଶ୍ରୀ ସବ୍ୟସାଚୀ ଜେନା, ତହସିଲଦାର, ଜୟପୁର, ଶ୍ରୀ ସୟଦ ଶବିର ସାହ, ତହସିଲଦାର, କୋରାପୁଟ, ଏବଂ ଶ୍ରୀ ତରୁଣ ତପନ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ ଯୋଗଦନା କରିଥିଲେ ।


ଏହି ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗୀତା ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି ଦିବ୍ୟାଙ୍ଗମାନଙ୍କୁ କ୍ରୀଡୀ କ୍ଷେତ୍ରରେ ଉତ୍ସାହିତ କରିବା ସହିତ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସେମାନଙ୍କୁ ସାମିଲ କରିବା । ଏହି ପ୍ରତିଯୋଗୀତାରେ 14 ଟି ବ୍ଲକ ଏବଂ 4 ଟି ପୌରପାଳିକାରୁ ସମଦାୟ 147 ଜଣ ଦିବ୍ୟାଙ୍ଗ ଯୋଗଦାନ କରିଥିଲେ ଏବଂ ସେମାନେ ଦୈଡ ପ୍ରତିଯୋଗୀତ, ସଟ୍ ଫୁଟ୍ ଏବଂ ୱିଲ ଚେୟାର ଦୌଡ ପ୍ରତିଯୋଗୀତାରେ ଭାଗ ନେଇଥିଲେ ଏବଂ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ପୁରସ୍କାର ବିତରଣ କରାଯାଇଥିଲା ।

Oplus_131072


ଏହି କାର୍ଯ୍ୟକ୍ରମ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀମତୀ କେ ସିଶା ନାୟର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜୟପୁର, ଶ୍ରୀ ଜଗନ୍ନାଥ ମହାପାତ୍ର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜୟପୁର ଆୟୋଜନ କରିଥିଲେ ଏବଂ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍ଠ ସହାୟକ, ସମସ୍ତ ବ୍ଲକ୍ ର ପ୍ରୋଗ୍ରାମ assistant, ସମସ୍ତ ବ୍ଲକର ବି.ଆର୍. ଟି ଏବଂ ଏକତା ସଂସ୍ଥାରୁ କର୍ମକର୍ତ୍ତା ଯୋଗନାନ କରି କାର୍ଯ୍ୟକ୍ରମକୁ ଆୟାଜନ କରିଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *