ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ- ୨୦୨୪ ପାଳିତ l

Spread the love

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ- ୨୦୨୪ ପାଳିତ l

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ପୂର୍ବାହ୍ନ ଘ. ୧୧ ଟା ସମୟରେ ବାଲେଶ୍ଵର ଜିଲ୍ଲାର ସ୍ଥାନୀୟ ସଦ୍ଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ମାନ୍ୟବର ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜ଼ିଲ୍ଲାପରିଷଦ ମାନ୍ୟବର ଉପାଧ୍ୟକ୍ଷା ଅନସୂୟା ପ୍ରଧାନ, ମାନ୍ୟବର ବିଧାୟକ ବାଲେଶ୍ୱର ସଦରଙ୍କ ପ୍ରତିନିଧି ରବି ନାରାୟଣ ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର, ବାଲିଆପାଳ ଡ଼ଃ ସ୍ଵାଗତିକା ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି କାର୍ଯ୍ୟକ୍ରମରେ ବିଶ୍ୱ ମୃତ୍ତିକା ଦିବସର ତାତ୍ପର୍ଯ୍ୟ, ମୃତ୍ତିକା ପରୀକ୍ଷାର ଆବଶ୍ୟକତା, ବିଭିନ୍ନ କାରଣରୁ ମାଟିର ପ୍ରଦୂଷଣ ଓ ମାଟି ମାଆର ଯତ୍ନ ଉପରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସର ବିଷୟ “ମୃତ୍ତିକାର ଯତ୍ନ: ପରିମାପ, ପର୍ଯ୍ୟବେକ୍ଷଣ, ପରିଚାଳନା” ଉପରେ ଆଲୋକପାତ କରି ଜିଲ୍ଲାପାଳ ଶ୍ରୀ ବିକାଶ ମୃତ୍ତିକା ବିଭିନ୍ନ ପ୍ରାକୃତିକ ସମ୍ପଦର ଗନ୍ତାଘର ବୋଲି ମତ ପ୍ରକାଶ କରିଥିଲେ। ମନୁଷ୍ୟର ବିଶୃଙ୍ଖଳିତ କାର୍ଯ୍ୟଶୈଳୀ ପାଇଁ ଏହି ମାଟି ଆଜି ଅମ୍ଳୀୟ, କ୍ଷାରୀୟ ଓ ଲବଣାକ୍ତ ଏବଂ କିଭଳି ବିଭିନ୍ନ ସରକାରୀ ଯୋଜନା ଓ ସମନ୍ୱିତ କୃଷି ମାଧ୍ୟମରେ ମୃତ୍ତିକାର ସ୍ୱାସ୍ଥ୍ୟର ଯତ୍ନ ନେଇ ହେବ ଏହି ଦିଗରେ ଶ୍ରୀ ବିକାଶ କହିଥିଲେ । ଜିଲ୍ଲା ପରିଷଦର ମାନ୍ୟବର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ କୃଷି ପାଇଁ ଜୈବିକ କୃଷିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ମୃତ୍ତିକା ପରୀକ୍ଷା ଉପରେ ଗୁରୁତ୍ୱ ଦେଇ ସେ ଜିଲ୍ଲାରେ କାର୍ଯ୍ୟ କରୁଥିବା ମୃତ୍ତିକା ପରୀକ୍ଷାଗାର, ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଓ ବ୍ଲକସ୍ତରରେ ମୃତ୍ତିକା ପରୀକ୍ଷା ଓ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ସମ୍ପର୍କରେ ସୂଚନା ଦେଇଥିଲେ ।

ପ୍ଲାଷ୍ଟିକ୍ ଓ ପଲିଥିନ୍ ର କମ୍ ବ୍ୟବହାର ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଚାଷର ପ୍ରାକୃତିକ ଧାରା ଓ ଜୈବିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଉପରେ ଜ଼ିଲ୍ଲାପରିଷଦ ମାନନୀୟା ଉପାଧ୍ୟକ୍ଷା ଅନସୂୟା ପ୍ରଧାନ ବାର୍ତ୍ତା ପ୍ରଦାନ କରିଥିଲେ I ମାନ୍ୟବର ବିଧାୟକ ବାଲେଶ୍ୱର ସଦରଙ୍କ ପ୍ରତିନିଧି ଶ୍ରୀ ମହାପାତ୍ର କୃଷି କ୍ଷେତ୍ରରେ ମାତ୍ରାଧିକ ରାସାୟନିକ ସାର ଓ ଜୀବନାଶକର ବ୍ୟବହାର ଯୋଗୁଁ ମାଟି, ପାଣି ଓ ପବନ ପ୍ରଦୂଷଣ ଓ ସେଥିପାଇଁ ମାଟିର ଉତ୍ପାଦିକତା ହ୍ରାସ, ଜଳବାୟୁ ପରିବର୍ତ୍ତନ ଓ ମନୁଷ୍ୟ ତଥା ଜୀବଜଗତ ଉପରେ ତାର କୁପ୍ରଭାବ ଏବଂ ତାର ନିରାକରଣ ପାଇଁ ଜୈବିକ କୃଷି ଉପରେ ଗୁରୁତ୍ୱ ଦେଇଥିଲେ । ଏଠାରେ ସୂଚନା ଥାଉ କି, ବିଶ୍ୱ ମୃତ୍ତିକା ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଆୟୋଜିତ ପୋଷ୍ଟର ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅଗ୍ରଣୀ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମଣ ମୁର୍ମୁ ସ୍ୱାଗତ ଭାଷଣ ଦେଇଥିଲେ I ସହକାରୀ କୃଷି ନିର୍ଦ୍ଦେଶକ ତଥା ମୃତ୍ତିକା ରସାୟନବିତ୍ ସମୁଚୟ ବେହେରା ଓ ଜିଲ୍ଲା କୃଷି ବିଭାଗର ଅଧିକାରୀ ଓ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନରେ ପ୍ରମୁଖ ସହଯୋଗ କରିଥିଲେ I

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *