ପୋଟେରୁ ନଦୀ ଭିତରେ ମାଳମାଳ ଟ୍ରାକ୍ଟର; କୁଆଡେ ଯାଉଛି ବାଲି?

Spread the love

ପୋଟେରୁ ନଦୀ ଭିତରେ ମାଳମାଳ ଟ୍ରାକ୍ଟର; କୁଆଡେ ଯାଉଛି ବାଲି?

ମାଲକାନଗିରି: ଜିଲ୍ଲାରେ ଏବେ ବାଲି ମାଫିଆଙ୍କ ରାଜ। ବେଧଡ଼କ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାର ଯାଞ୍ଚ ତଥା ତଦାରଖ କରିବାରେ ସଂପୃକ୍ତ ବିଭାଗ ଫେଲ ମାରିଛି। ଜିଲ୍ଲାର ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ପଡ଼ିଆ ବ୍ଲକର ସେମିଳିବାଞ୍ଛା ପଞ୍ଚାୟତର ପୁଟୁମପାଲୀ ନିକଟରେ ରହିଥିବା ସାବେରୀ ନଦୀରେ ମାଳମାଳ ଟ୍ରାକ୍ଟର ବାଲି ନେଉଥିବା ଦେଖିବାକୁ ମିଳିଛି।ଏହି ବାଲି କୁଆଡ଼େ ଯାଉଛି ବୋଲି ପ୍ରଶ୍ନ ଉଠିଛି। ବାଲି ମାଫିଆମାନେ ଓଡ଼ିଶା ବଦଳରେ ଛତିଶଗଡ଼କୁ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଦିନରାତି ଏକ କରି ଟ୍ରାକ୍ଟର ଏବଂ ଟିପ୍ପରମାନଙ୍କରେ ବାଲି ଚୋରା ଚାଲାଣ ହେଉଛି।ବାଲିଚୋରା ଚାଲାଣ ରୋକିବା ପାଇଁ ତହସିଲ ବଦଳରେ ଜିଲ୍ଲା ଖଣି ଅଧିକାରୀ କାର୍ଯ୍ୟାଳୟର ଅଧିକାରୀମାନେ ତଦାରଖ କରିବା କଥା। କିନ୍ତୁ କର୍ମଚାରୀ ଅଭାବ ଯୋଗୁଁ ନିୟମିତ ଯାଞ୍ଚ କରିବାରେ ବିଫଳ ହେଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ବାଲି ମାଫିଆ। ପୁଣି ଏବେ ବିଭାଗ ବାଲି କ୍ବାରିଗୁଡିକରେ ସିସିଟିଭି ଲଗାଇବା ନେଇ ତାଗିଦ କରିଛି। ଏକ ମାସ ମଧ୍ୟରେ ସିସିଟିଭି ନଲାଗିଲେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଧମକ ଦେଇଛି।ଅନ୍ୟଦିଗରେ ବାଲି କ୍ବାରି ନେଇଥିବା ବ୍ୟକ୍ତିମାନେ କେଉଁଠାରୁ ଏତେ ଟଂକା ଆଣିବେ ବୋଲି ପ୍ରଶ୍ନ କରିଛନ୍ତି। ବାଲି ଚୋରା ଚାଲାଣ ରୋକିବାକୁ ଖଣି ବିଭାଗ ଏଭଳି ଉପାୟ କରିଥିଲେ ମଧ୍ୟ ଏଥିରେ ବାଲି କ୍ବାରି ନେଇଥିବା ବ୍ୟକ୍ତିମାନେ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି। ତେବେ ସୀମାନ୍ତ ପୋଟେରୁ ନଦୀରୁ ଟ୍ରାକ୍ଟର ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାର ଖବର ବିଭାଗ ପାଖରେ ନାହିଁ। ବର୍ତ୍ତମାନ ବର୍ଷା ନଥିବାରୁ ନଦୀ ଭିତରେ ମାଳମାଳ ଟ୍ରାକ୍ଟର ପଶି ବାଲି ଉଠାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଖଣି ବିଭାଗରୁ ଏହି ଯାଞ୍ଚ ଦାୟିତ୍ବ ପୁଣି ତହସିଲକୁ ପ୍ରଦାନ କରିବା ନେଇ ସ୍ଥାନୀୟ ଅଂଚଳରେ ଦାବି ଉଠିଛି। ବାଲିର ଦାମ ଛତିଶଗଡ଼ରେ ଅଧିକା ରହିଥିବାରୁ ମାଫିଆମାନେ ଓଡ଼ିଶାର ବାଲିକୁ ଛତିଶଗଡ଼ରେ ବିକ୍ରି କରୁଥିବା ଜଣାପଡ଼ିଛି। ଏହାର ଯାଞ୍ଚ ହେଲେ ବହୁ ଗାଡ଼ି ଜବତ ସହ ମାଫିଆମାନେ ମଧ୍ୟ ଗିରଫ ଏବଂ ଜରିମାନା ମଧ୍ୟ ଆଦାୟ ହେବ।ବାଲି ଚୋରା ଚାଲାଣ ହେଉଥିବାରୁ ସରକାର କୋଟି କୋଟି ଟଂକାର ରାଜସ୍ବ ହରାଉଛନ୍ତି। ନିୟମିତ ଚଢାଉ ହେଲେ ରାଜସ୍ବ ଆଦାୟ ସହ ଚୋରା ଚାଲାଣକୁ ମଧ୍ୟ ରୋକା ଯାଇପାରିବ ବୋଲି କୁହାଯାଇଛି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *