ପ୍ରେମିକ ଧୋକ୍କା ଦେଲା: ବିଷ ପିଇଲେ ଯୁବତୀ, ଶବ ଛୁଉଁନାହାନ୍ତି ଜାତିଭାଇ

Spread the love

ପ୍ରେମିକ ଧୋକ୍କା ଦେଲା: ବିଷ ପିଇଲେ ଯୁବତୀ, ଶବ ଛୁଉଁନାହାନ୍ତି ଜାତିଭାଇ

ବୈପାରିଗୁଡ଼ା: ଅଲଗା ଜାତିର ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିବା ହେଲା କାଳ। ବିବାହର ପ୍ରତିଶ୍ରୁତି ଦେଇଥିଲେ ଯୁବକ। କିନ୍ତୁ ପ୍ରତାରଣ କଲେ। ଫଳରେ ଯୁବତୀ ଜଣକ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ମୃତ୍ୟୁ ପରେ ପରିବାର, ସମାଜର ଲୋକେ ଓ ଜାତିଭାଇମାନେ ଯୁବତୀଙ୍କ ମୃତଦେହ ଛୁଉଁ ନାହାନ୍ତି। ଶନିବାର ସକାଳ ଠାରୁ ଆଜି ଦୁଇ ଦିନ ହୋଇଗଲା ଶବ ସେମିତି ପଡ଼ି ରହିଛି। ଅନ୍ତିମ ସଂସ୍କାର ହୋଇପାରୁ ନାହିଁ। ଏହି ପ୍ରେମ ସମ୍ପର୍କର ଏକ ଦୁଃଖଦ ଘଟଣା ‌କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ କଳାପଡା ଗ୍ରାମରେ ଦେଖିବାକୁ ମିଳିଛି।
କଳାପଡା ଗ୍ରାମର ଯୁବତୀ ଦେବକୀ ପୂଜାରୀ ନିଜ ଗାଁ ପାଖ ଡେଙ୍ଗାକୁସୁମଗୁଡା ଗ୍ରାମର ଜଗା ବିଷୋୟୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଉଭୟଙ୍କ ମଧ୍ୟରେ ସଂପର୍କ ନିବିଡ଼ ହୋଇଥିଲା। ବିବାହ କରି ଘରସଂସାର କରିବାକୁ ମଧ୍ୟ ଆଶା ବାନ୍ଧିଥିଲେ। କିନ୍ତୁ ଦେବକୀଙ୍କର ଆଶା ଫଳବତୀ ହୋଇପାରି ନଥିଲା।
କିଛି ଦିନ ପୂର୍ବରୁ ଦେବକୀଙ୍କ ପାଇଁ ଅନ୍ୟ ଜାଗାରୁ ଏକ ବିବାହ ପ୍ରସ୍ତାବ ଆସିଥିଲା। ଏହି ବିବାହ ପ୍ରସ୍ତାବ ଆସିଥିବା ନେଇ ଦେବକୀ ନିଜ ପ୍ରେମିକ ଜଗାଙ୍କୁ ଜଣେଇବା ସହ ତୁରନ୍ତ କିଛି ସମାଧାନ କରିବା ପାଇଁ ମଧ୍ୟ କହିଥିଲେ। ଦୁହେଁ ଶୀଘ୍ର ବିବାହ କରିନେବା ବୋଲି ମଧ୍ୟ ଗୁହାରି କରିଥିଲେ। କିନ୍ତୁ ଦେବକୀଙ୍କ ସହ ବାହା ହେଇ ପାରିବି ନାହିଁ ବୋଲି ଜଗା ସିଧାସିଧା ମନା କରି ଦେଇଥିଲେ। ଫଳରେ ଦେବକୀ ଭାଙ୍ଗି ପଡ଼ିଥିଲେ। ସେ ଗତ ୪ ତାରିଖ ଦିନ କୀଟନାଶକ ଓାୖଷଧ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଦେବକୀଙ୍କ ଚିକିତ୍ସା ଚାଲିଥିବା ବେଳେ ଶନିବାର ସକାଳ ୬ଟା ବେଳେ ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ ପରେ କଳାପଡ଼ା ଗ୍ରାମକୁ ଶବ ଅଣାଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି।।
ସୂଚନାଯୋଗ୍ୟ, ଦେବକୀ ଜଣେ ଭୁମିଆ ସମାଜର ଝିଅ ଥିଲେ। ସେ ଅନ୍ୟ ଜାତିର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ଲୋକେ ଶବକୁ ଛୁଇଁବା ପାଇଁ ବାରଣ କରିଥିଲେ। ଅନ୍ୟ ଜାତିର ଯୁବକ ହୋଇଥିବାରୁ ତାକୁ ପୁଲିସ ଗିରଫ କରିବା ସହ ଦଣ୍ଡ ଦିଆଗଲେ ହିଁ ଶବ ଦାହ କରାଯିବ ଏବଂ ଜାତିରେ ମିଶିବେ ବୋଲି ଗ୍ରାମବାସୀ ଜିଦ୍ ଧରିଛନ୍ତି। ଅନ୍ୟପଟରେ ପୁଲିସ ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଛାନ୍‌ଭିନ୍‌ ଚଳାଇଛି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *