ଶୀତ କାଳୀନ କବିତା ଆସର l

Spread the love

ଶୀତ କାଳୀନ କବିତା ଆସର
ଉମରକୋଟ: – ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସ୍ଥାନୀୟ ଫକୀର ମୋହନ ପଠାନଶାଳା ଆନୁକୂଲ୍ୟରେ, ଉମରକୋଟ ଭାସ୍କଲ ଡ୍ୟାମ ଠାରେ ଉମରକୋଟ, ଇ ଅଂଚଳ ର କବି/କବୟିତ୍ରୀ ମାନଙ୍କୁ ନେଇ, ଶୀତକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଉପାନ୍ତ ଅଂଚଳରେ ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ସହ, ସମ୍ପ୍ରତି ସମାଜ ରେ ଶୁଦ୍ଧ ଓଡ଼ିଆ ଭାଷା ଲିଖନ ପଠନ ଅଭିବୃଦ୍ଧି କରିବା, ଏବଂ ଓଡିଶା ର ସଂସ୍କୃତି ଓ ପରମ୍ପରା କୁ ଉଦଜୀବିତ କରି ରଖିବା ପାଇଁ ଅନୁଷ୍ଠାନ ତରଫେ ବର୍ଷ-2008 ଠାରୁ ଏଭଳି ସାହିତ୍ୟ ଅଭିମୁଖୀ ବିଶିଷ୍ଠ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ କରି ଆସୁଛି ! ରାଇଘର, ଝରୀଗାଁ, ଚନ୍ଦାହାଣ୍ଡି ଓ ଉମରକୋଟ ଅଞ୍ଚଳ ରୁ ଆସିଥିବା ପ୍ରାୟ 50 ରୁ ଉର୍ଦ୍ଧ୍ଵ କବି/କବୟିତ୍ରୀ ସ୍ବରଚିତ କବିତା ପାଠ କରି ବା ସହ ଉପସ୍ଥିତ ଅତିଥି ବୃନ୍ଦ ଙ୍କୁ ନେଇଁ ଏକ ସାହିତ୍ୟ ଆଲୋଚନା ଚକ୍ର ହୋଇଥିଲା । ଏଥିରେ, ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ରାଉତ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ସଭାପତିତ୍ୱ କରି ଥିବା ବେଳେ ଆୟୋଜିତ ଆଲୋଚନା ଚକ୍ରରେ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଶ୍ରୀ ବଲ୍ଲଭ ରାଉତ ମୁଖ୍ୟ ଅତିଥି ରୂପେ, ଡ଼ଃ ସୁରେନ୍ଦ୍ର ନାଥ ଦାସ ମୁଖ୍ୟ ବକ୍ତା ରୂପେ, ଏବଂ ସମ୍ମାନିତ ଅତିଥି ଭାବେ ଟୁଟୁବାବୁ ପଟ୍ଟନାୟକ, ଶଙ୍କର ପ୍ରସାଦ ନାଲ୍ଲା, ରାମ ଚନ୍ଦ୍ର ରାମ, ନଗେନ୍ଦ୍ର କୁମାର ରାଉତ, ବରିଷ୍ଠ ଓକିଲ ଶ୍ରୀନିବାସ ପଟ୍ଟନାୟକ, ହିମାଂଶୁ ଆଚାରୀ, ସତ୍ୟ ପ୍ରଧାନ, ଅଂଶ ଗ୍ରହଣ କରିଥିଲେ !

ଯୁବ କବି ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ଏବଂ ସାଗର କୁମାର ପରିଡା ମଞ୍ଚ ପରିଚାଳନା ଏବଂ କବିତା ଗୁଡ଼ିକର ସଂଯୋଜନା କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ଶ୍ରୀମତୀ
ମନୋରମା ମହାପାତ୍ର, ଶ୍ରୀମତୀ ପ୍ରଭାତୀ ଦେବନାଥ, ଶ୍ରୀମତୀ ଶାନ୍ତିଲତା ମହାନ୍ତି, ଶ୍ରୀମତୀ ସ୍ଵାଗତିକା ସାହୁ, ମିନତୀ ନାୟକ ପ୍ରମୁଖ କବିତା ଆବୃତ୍ତି କରିଥିଲେ ! ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସୁବାସ ଚନ୍ଦ୍ର ବିଷୋୟୀ , ଶ୍ରୀ ରାଜ କିଶୋର ନାଏକ, ସଂଗ୍ରାମ କେଶରୀ ପରିଡା, ପୂର୍ଣ୍ଣ ଚନ୍ଦ୍ର ମାହାଳିକ, ପୂର୍ଣ୍ଣ ଚନ୍ଦ୍ର ସେଠୀ, ଚନ୍ଦନ କୁମାର ପାତ୍ର ଓ ଅନ୍ୟାନ୍ୟ ପରିଚାଳନା କରିଥିଲେ। ଶେଷରେ ଶ୍ରୀନିବାସ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *