କୋଟିଆ ବିକାଶ ୧୦୮ କୋଟି ଖର୍ଚ୍ଚ, ବଦଳିଲାନି ଦିଶା କି ଦଶା

Spread the love

କୋଟିଆ ବିକାଶ ୧୦୮ କୋଟି ଖର୍ଚ୍ଚ, ବଦଳିଲାନି ଦିଶା କି ଦଶା

କୋରାପୁଟ: କୋଟିଆ ପାଇଁ ଚାଲିଛି ଲମ୍ବା ଲଢ଼େଇ। ଏହି ଲଢ଼େଇର ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହୋଇପାରୁନି। ଅନ୍ୟପଟେ ଗ୍ରାମପୁଞ୍ଜର ବିକାଶ ପାଇଁ ୧୦୮ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଓଡ଼ିଶା ଖର୍ଚ୍ଚ କରିସାରିଲାଣି। ତଥାପି କୋଟିଆବାସୀଙ୍କ ଦିଶା ବଦଳିଲା ନା ଦଶା ବଦଳିଲା। କୋଟିଆ ପଞ୍ଚାୟତର ୨୧ ଗାଁ ଏବଂ ୭ ପଡ଼ା ପାଇଁ ଆନ୍ଧ୍ର ସହ ୧୯୬୮ ମସିହାରେ ବିବାଦର ସୂତ୍ରପାତ ହୋଇଥିଲା। ଆନ୍ଧ୍ରର ଅନୁପ୍ରବେଶ ଯୋଗୁ ଦୁଇ ରାଜ୍ୟ ମଧ୍ୟରେ ସଂପର୍କ ତିକ୍ତ ହୋଇଛି। ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ। ତେବେ ସୁପ୍ରିମକୋର୍ଟ ରାୟ ଶୁଣାଇବା ପୂର୍ବରୁ ନିଜ ପକ୍ଷକୁ ମଜଭୁତ କରିବା ନିମନ୍ତେ ଆନ୍ଧ୍ର କଳ, ବଳ ସହ କୌଶଳ ଲଗାଇ ଦେଇଛି। ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତା ଅସ୍ତିତ୍ବ ହରାଇବା ସ୍ଥିତିକୁ ଆସିବା ପରେ ଓଡ଼ିଶା ସରକାରଙ୍କ ଚେତା ଉଦୟ ହୋଇଥିଲା। ସରକାର ଏହି ସୀମାନ୍ତ ଗ୍ରାମପୁଞ୍ଜର ବିକାଶ ଲାଗି ୧୦୮କୋଟି ୫୩ଲକ୍ଷ ୧୨ହଜାର ୩୩୯ଟଙ୍କା ଖର୍ଚ୍ଚ କରିଛନ୍ତି। ପ୍ରତି ଗାଁରେ ରାସ୍ତା, ବିଦ୍ୟାଳୟ, ଅଙ୍ଗନୱାଡି ଗୃହ, ମିଶନଶକ୍ତି ଗୃହ, ୧୦ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବଜାର ପିଣ୍ଡି, ଥାନା ନିର୍ମାଣ କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକଙ୍କ ପାଇଁ ଜୀବିକାର ବ୍ୟବସ୍ଥା କରାଯାଇଛି ବୋଲି ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ ତଥ୍ୟ ଏବଂ କୋଟିଆର ବାସ୍ତବ ଚିତ୍ରରେ କିନ୍ତୁ ବଡ଼ ଅନ୍ତର ରହିଛି। କାରଣ ଏବେ ବି ଲୋକ ତ୍ରିଶଙ୍କୁ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ନିଜର ତଥା ପରବର୍ତ୍ତୀ ପିଢ଼ିର ଭବିଷ୍ୟତକୁ ନେଇ ବି ଆଶଙ୍କା ବ୍ୟକ୍ତ କରିଛନ୍ତି। କାରଣ ଉତ୍ପାଦନ କରୁଥିବା କଦଳୀ, ତେନ୍ତୁଳି, ପରିବା, ମାଣ୍ଡିଆ, ସୁଆଁ ଆଦି ବିକ୍ରି ପାଇଁ ଆନ୍ଧ୍ରପ୍ରଦେଶର ନନ୍ଦା ତଥା ସାରିକି ହାଟ ଉପରେ ନିର୍ଭର କରୁଛନ୍ତି। ଅନେକ ଗାଁକୁ ଏଯାଏ ଯୋଗାଯୋଗ ନିମନ୍ତେ ପକ୍କା ରାସ୍ତା ନିର୍ମାଣ ହୋଇନି। ଯଦିବା ସରକାରୀ କାର୍ଯ୍ୟାଳୟ ଖୋଲିଛି ତେବେ କର୍ମଚାରୀ ରହିବା ପାଇଁ କ୍ବାର୍ଟର୍ସ ନିର୍ମାଣ ହୋଇପାରିନି। ଯଦିଓ ଲୋକଙ୍କ ଜୀବନ ଓ ଜୀବିକା ଉପରେ ଏଯାଏ ବଡ଼ ପ୍ରଭାବ ପଡ଼ିନାହିଁ। ତେବେ ୫୦ବର୍ଷରୁ ଅଧିକ ପୁରୁଣା ବିବାଦର ସମାଧାନ ହୋଇପାରିବ। ଏଥିପାଇଁ ରାଜନୈତିକ ସ୍ଥିତି ମଧ୍ୟ ଅନୁକୂଳ ସଙ୍କେତ ଦେଉଛି। ବିବାଦର ସମାଧାନ ନିମନ୍ତେ ଦ୍ବିପାକ୍ଷିକ ଆଲୋଚନା ସହ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକକାଳୀନ ପ୍ରୟାସ ଅପରିହାର୍ଯ୍ୟ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *