ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟରେ ମେଗା ପ୍ରଦର୍ଶନୀର ସମାପନ ଦିବସ

Spread the love

ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟରେ ମେଗା ପ୍ରଦର୍ଶନୀର ସମାପନ ଦିବସ

ଜୟପୁର ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ବାର୍ଷିକ ମେଗା ପ୍ରଦର୍ଶନୀର ସମାପନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଧନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇଥିଲେ । ବହୁ ମାତ୍ରାରେ ଛାତ୍ର ଛାତ୍ରୀ ମାନେ ନାଚ , ଗୀତ, ମ୍ୟୁଜିକ୍ ରେ ଅଂଶ ଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୂଖ୍ୟ ଅତିଥି ଶ୍ରୀ ଓମ୍ ପ୍ରକାଶ ମିଶ୍ର,ବିଦ୍ୟାଳୟର ସମ୍ପାଦକ ଶ୍ରୀ ନୟନ କିଶୋର ମହାନ୍ତି, ନିର୍ଦ୍ଦେଶିକା ଶ୍ରୀମତି କୁମୁଦ ମାଳା ମହାନ୍ତି, ଅଧ୍ୟକ୍ଷା ଶ୍ରୀମତି ସୁପ୍ରିୟା ପାଣିଗ୍ରାହି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଦୃଢ଼ ଇଚ୍ଛା ଶକ୍ତି ବଳରେ କିପରି ଆମେ ଦୁନିଆ ଜିତି ପରିବା ସେହି ବିଷୟରେ ଶ୍ରୀ ଓମ୍ ପ୍ରକାଶ ମିଶ୍ର ବହୁତ୍ ସୁନ୍ଦର ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ କହିଥିଲେ । ଅଭିଭାବକ ମାନେ ଏଭଳି ଏକ ନିଆରା ପ୍ରଦର୍ଶନୀ ର ଭୁରି ପ୍ରଶଂସା କରିଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *