ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ବେଳେ  ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ୍

Spread the love

ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ବେଳେ  ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ୍

କୋରାପୁଟ: ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ବେଳେ ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି। ଯବାନ ଜଣକ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ଵର ତଲିଆ।
ସେ ୨୦୧୧ ମସିହାରେ ଭାରତୀୟ ସେନାରେ  ଯୋଗ ଦେଇଥିଲେ। ସମ୍ପ୍ରତି ଯବାନ ଈଶ୍ୱର ଜମ୍ମୁରେ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟରେ ଏଲ.ଡି ପଦବୀରେ କାର୍ଯ୍ୟରତ ଥିଲେ।
ତାଙ୍କୁ ଫାଇରିଙ୍ଗ ଅଭ୍ୟାସ ପାଇଁ ରାଜସ୍ଥାନର ଫକରନ୍ ପଠାଯାଇଥିଲା। ରାଜସ୍ଥାନର ଫକରନ୍ ରେଞ୍ଜରେ ଗତକାଲି ପୂର୍ବାହ୍ନ ୯ଟା ବେଳେ ଟ୍ୟାଙ୍କ ଫାଇରିଙ୍ଗ ଅଭ୍ୟାସ ଚାଲିଥିବା ବେଳେ ହଠାତ୍ ଟ୍ୟାଙ୍କ ଭିତରୁ ଏକ ବୋମା ବିସ୍ଫୋରଣ ହୋଇଥିଲା।
ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍.ଡି.ଏମ୍. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି. ଜିତେନ୍ଦ୍ର କୁମାର ସହିଦ୍ ହୋଇଥିଲେ। କିନ୍ତୁ ଯବାନ ଈଶ୍ୱର ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଯବାନ ଈଶ୍ୱରଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
କିନ୍ତୁ ଗୁରୁବାର ସକାଳ ୫ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଲୋକଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା। ଈଶ୍ୱର ସହିଦ୍ ହୋଇଯାଇଥିବା ଖବର ଆସିବା ପରେ ବୈପାରିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *